ଡାକ୍ତରୀ ପଢିବାକୁ ଇଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ମେଡିକାଲ କଲେଜ ତିଆରି କରିବେ ଆନନ୍ଦ ମହିନ୍ଦ୍ରା

ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନେକ ଭାରତୀୟ ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି | ତେବେ ଏହାରି ମଧ୍ୟରେ ଏବେ ବଡ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସିଛି | କଣ ଭାରତରେ ଡାକ୍ତରୀ ପଢ଼ିବାର ବ୍ୟବସ୍ତା ନାହିଁ , ନ ଆଉ କିଛି କାରଣ ? କୋଉଥି ପାଇଁ ଛାତ୍ରଛାତ୍ରୀ ପାଠପଢିବା ପାଇଁ ୟୁକ୍ରେନ ଯାଉଥିଲେ ?

ତେବେ ଏହାରି ମଧ୍ୟରେ ଏକ ଖୁସି ଖବର ମଧ୍ୟ ରହିଛି | ଆନନ୍ଦ ମହିନ୍ଦ୍ରା ସଦାବେଳେ ନିଜର ଡ୍ରିମ୍ ପ୍ରୋଜେକ୍ଟ ବାବଦରେ ସୋସିଆଲ ମିଡିଆରେ ସୂଚନା ଦେଇଥାନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ଭାବେ ନିଜର ମତ ରଖିଥାନ୍ତି । ଏବେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କ ସ୍ଥିତି ଦେଖି ଏକ ବଡ ପ୍ରକଳ୍ପ ବାବଦରେ ଆନନ୍ଦ ଘୋଷଣା କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତରେ ମେଡିକାଲ କଲେଜରେ ଏତେ ଅଭାବ ଥିବା ସେ ଜାଣି ନଥିଲେ । ତାଙ୍କ କମ୍ପାନୀର ଏମଡି ଓ ସିଇଓଙ୍କୁ ଟ୍ୟାଗ୍ କରି, କଣ ମହିନ୍ଦ୍ରା ୟୁନିଭର୍ସିଟିରେ ମେଡିକାଲ ପାଠ୍ୟକ୍ରମ ପଢାଇ ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ।

ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ୱିଟ୍ ପରେ ଅନେକ ୟୁଜର ଭାରତରେ ଡାକ୍ତରୀ ପଢିବା ବ୍ୟୟ ବହୁଳ ବୋଲି କହିଥିଲେ । ଏହାକୁ ନେଇ ଜଣେ ୟୁଜର ଆନନ୍ଦଙ୍କୁ ମେଡିକାଲ କଲେଜ କଲେ ଫି ଅଧିକ ନ ରଖିବାକୁ ଅନୁରୋଧ କରିଥିଲେ । ଏହା ଉପରେ ଆନନ୍ଦ ମହିନ୍ଦ୍ରା ଧ୍ୟାନ ରଖିବେ ବୋଲି କହିଛନ୍ତି |

Related Posts