ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି, ୧ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା । ଫଳରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଛି ମହାସ୍ନାନ ନୀତି | ଜୟବିଜୟ ଦ୍ୱାର ନିକଟରେ ଜଣେ ଭକ୍ତଙ୍କ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା | ପରେ ଏନେଇ ମହାପ୍ରଭୁଙ୍କର ହୋଇଛି ମହାସ୍ନାନ ନୀତି କରାଯାଇଛି | ମହାସ୍ନାନ ନୀତି ଯୋଗୁଁ ଦୀଘ ସମୟ ଧରି ଦର୍ଶନ ବନ୍ଦ । ଖରା ସହ ପ୍ରବଳ ଭିଡ ଯୋଗୁଁ ବଡ଼ଦାଣ୍ଡରେ ହଟହଟା ହେଉଛନ୍ତି ଭକ୍ତ । ଟାଉନ ଥାନାଠାରୁ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କ ଲାଗିଛି ଲମ୍ବା ଲାଇନ ।

ଖବର ଅନୁଯାୟୀ, ସୋମବାର ଦିନ ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ପଡିଥିଲା । ଏହାପରେ ତୁରନ୍ତ ମହାପ୍ରଭୁଙ୍କର ମହାସାନ୍ନ ନୀତି କରାଗଲା । ମହାପ୍ରଭୁଙ୍କ ନୀତିକୁ ବନ୍ଦ କରାଯାଇ ମହାସାନ୍ନ ନୀତି କରାଗଲା। ପ୍ରାୟ ୧ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ରହିଛି। ଅନ୍ୟପଟେ ସୋମବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡାଦାଣ୍ଡରେ ଭକ୍ତଙ୍କ ଲମ୍ବା ଭିଡ ଲାଗିଛି। ତା ସାଙ୍ଗକୁ ପ୍ରବଳ ଖରା କୁ ନେଇ କଲବଲ ହେଉଛନ୍ତି ଭକ୍ତ |

Related Posts