ଅମାନିଆଙ୍କୁ ନାହିଁ ନିସ୍ତାର; ଦୁଇମାସ ଭିତରେ ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କ ପାଖରୁ ଜୋରିମାନା ଆଦାୟ ହୋଇଛି ୮୫.୪୮ ଲକ୍ଷ ଟଙ୍କା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଅମାନିଆଙ୍କୁ ନାହିଁ ନିସ୍ତାର । ମାତ୍ର ଦୁଇ ମାସରେ ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କ ପାଖରୁ ୮୫.୪୮ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି । ଏ ଖବର ସମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ୨୦୨୨ ଜାନୁୟାରୀ ଓ ଫେବୃଆରୀରେ ବ୍ରହ୍ମପୁର ଟ୍ରାଫିକ ଥାନା ପକ୍ଷରୁ ମୋଟ ୮୫ ଲକ୍ଷ ୪୮ ହାଜର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହା ଛଡ଼ା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ହେଲମେଟ ନପିନ୍ଧିବା ଅଭିଯୋଗରେ ସହରବାସୀ ସର୍ବାଧିକ ୮୨ ଲକ୍ଷ ୧୨ ହଜାର ଟଙ୍କା ଜରିମାନା ଗଣିଛନ୍ତି । ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନରେ ସଂଶୋଧନ ଆଣିଥିଲେ ।

ସଡ଼କ ସୁରକ୍ଷା ନିୟମ ପାଳନ କରିବା ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି । ବିଶେଷ କରି ହେଲମେଟ ଧରପଗଡ଼ ସହିତ ମାସ୍କ ପିନ୍ଧିବା ଅଭିଯାନ ଜୋରଦାର କରାଯାଇଛି । ସେପଟେ ଅମାନିଆଙ୍କ ପାଇଁ ହେଲମେଟ ନପିନ୍ଧିଲେ ଏବେ ଆଉ ୫ ଶହ ନୁହଁ ବରଂ ସଂଶୋଧିତ ନିୟମ ଅନୁସାରେ ୧ ହଜାର ଟଙ୍କା ଜୋରିମାନା ଆଦାୟ କରିବା ବ୍ୟବସ୍ଥା କରାଯାଇଛି । ଏପରିକି ହେଲମେଟ ନପନ୍ଧିଲେ ୩ ମାସ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ରବ୍ଦ କରିବା ପାଇଁ ପୁଲିସ ଆରଟିଓଙ୍କୁ ସୁପାରିସ କରିବ ବୋଲି ନିୟମ କରାଯାଇଛି ।

Related Posts