ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌର ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସେପଟେ ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ । ଏହା ମଧ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ତେବେ ଏଥର ପୌର ନିର୍ବାଚନ ପ୍ରଚାରରେ କୋଭିଡ କଟକଣା ରହିବ ନାହିଁ । ଏହା ସହ ସ୍ଥିତି ଦେଖି ନିୟମର ପରିବର୍ତ୍ତନ କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଚଳିତ ବର୍ଷ ମୋଟ ୪୨ ଲକ୍ଷ ଭୋଟର ଭୋଟ୍ ଦେବେ । ସୋମବାର ଦିନ ୩ଟା ସୁଦ୍ଧା ନାମାଙ୍କନ ଦାଖଲର ଶେଷ ସମୟ ରହିଛି । ଏହାପରେ ମାର୍ଚ୍ଚ ୯ରେ ପ୍ରାର୍ଥୀ ପତ୍ର ଯାଞ୍ଚ , ୧୪ ସୁଦ୍ଧା ପ୍ରାର୍ଥୀ ପତ୍ର ପତ୍ୟାହର ।
ପରେ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବ ।ତେବେ ଏଥର ନିର୍ବାଚନ ଇଭିଏମ୍ରେ କରାଯିବ । ପ୍ରତିଟି ବୁଥ୍ରେ ୨ଟି ଲେଖାଏଁ ଇଭିଏମ୍ ରଖାଯିବ । ଗୋଟିଏ କାଉନ୍ସିଲର/କର୍ପୋରେଟରଙ୍କ ରହିବାକୁ ଥିବା ବେଳେ ଆଉ ଗୋଟିଏ ମେୟର/ପୌରାଧ୍ୟକ୍ଷଙ୍କ ରହିବ । ଇଭିଏମ୍କୁ ରଖିବା ପାଇଁ ୩ଟି ଷ୍ଟ୍ରଙ୍ଗରୁମ୍ କରାଯାଇଛି । ସିସିଟିଭ୍ ସର୍ଭିଲାନ୍ସରେ ଷ୍ଟ୍ରଙ୍ଗ ରୁମ୍କୁ ରଖାଯିବ । ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୁଲିଂ ଅଫିସର ରହିବେ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।
