ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ତେବେ ଶେଷ ଦିନରେ ନିଜ ନିଜ ସମର୍ଥକଙ୍କ ସହ ଆସି ଶକ୍ତି ପ୍ରଦର୍ଶନ କରିବା ସହ ନାନଙ୍କାନ ପତ୍ର ଦାଖଲ କଲେ ପ୍ରାର୍ଥୀ । ଆଜି ନାମାଙ୍କନ ଭରିବା ଶେଷ ଦିନରେ ୩ ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭୁବନେଶ୍ୱର ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବିଶାଳ ରାଲିରେ ରାଜଭବନରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ, ଏବେ ଭିନ୍ନକ୍ଷମ କମିସନର ଅଛନ୍ତି ।
ସାମ୍ବାଦିକା ଭାବେ କ୍ୟାରିୟର ଆରମ୍ଭ କରିବା ପରେ ରାଜନୀତିରେ ପାଦ ଦେଇଥିଲେ । ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ବିରାଟ ପଟୁଆରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥୀ ପତ୍ର ଭରିଛନ୍ତି ସୁଲୋଚନା । ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ ଭରିଛନ୍ତି । ଲେଖିକାରୁ ରାଜନୀତିକୁ ଆସିଛନ୍ତି ସୁନୀତି । ପୂର୍ବରୁ ସକ୍ରୀୟ ରାଜନୀତି ନଥିବା ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ଚକମା ଦେଇଛି ବିଜେପି ।
ସେହିପରି ବିଜେଡିର କଟକ ମେୟର ପ୍ରାର୍ଥୀ ସୁବାସ ସିଂ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ବିଶାଳ ରାଲିରେ ଆସି ପ୍ରାର୍ଥୀ ପତ୍ର ଭରିଛନ୍ତି ସୁବାସ ସିଂ । ଶ୍ରମିକ ନେତା ଭାବେ କଟକରେ ବେଶ ଜଣାଶୁଣା ସୁବାସ ସିଂ, ଏବେ ବିଜେଡିର ଶ୍ରମିକ ସଂଗଠନର ସାଧାରଣ ସଂପାଦକ ରହିଛନ୍ତି । ସିଲଭର ସିଟି କଟକର ମେୟର ପଦ ପାଇଁ ଶ୍ରୀତମ ଦାସଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଆଜି ନାମାଙ୍କନ ଦାଖଲ କରିଛନ୍ତି ଶ୍ରୀତମ । ବିଶାଳ ରାଲିରେ ନେତା ଓ କର୍ମିୀଙ୍କ ସହ ଆସି ନାମାଙ୍କନ ଦାଖଲ କରିଛନ୍ତି ଶ୍ରୀତମ ଦାସ।





