ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ଦୀର୍ଘ ୩ କି.ମି. ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଶହ ଶହ ଛାତ୍ର ଧାରଣା ଦେଇଛନ୍ତି । ତେବେ ନୂଆପଡ଼ା ଜିଲ୍ଲା ଏନଏସି ଓ୍ବାଡ ନଂ ୧ ଗଡ଼ତୋଳର ଏକମାତ୍ର ବିଦ୍ୟାଳୟ ଏକଲବ୍ୟ ମଡେ଼ଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରି ଛାତ୍ରଛାତ୍ରୀମାନେ ଏପରି କରିଥିବାର ଦେଖିବାକୁ ମିଳିଛି । ସ୍କୁଲର ଛାତ୍ରମାନେ ଏକତ୍ର ହୋଇ ସ୍କୁଲରୁ ବାହାରି ପ୍ରାୟ ୩ କିଲୋମିଟର ଚାଲିଚାଲି ନୂଆପଡ଼ା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ପରେ ସ୍କୁଲର ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଛନ୍ତି। ଖବର ପାଇ ନୂଆପଡ଼ା ଉପ ଜିଲ୍ଲାପାଳ ତରଣୀସେନ ନାଏକ ଧାରଣା ସ୍ଥଳକୁ ପହଞ୍ଚି ଛାତ୍ରମାନଙ୍କ ସହ ଆଲୋଚନା କରିଛନ୍ତି। ହେଲେ ଛାତ୍ର ମାନେ ସମସ୍ୟା ସମାଧାନ ନହେବା ପର‌୍ୟ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ବୋଲି କହିଛନ୍ତି। ସ୍କୁଲର ସମସ୍ୟାକୁ ନେଇ କିଛି ଦିନ ତଳେ ଅଭିଭାବକମାନେ ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅଭିଭାବକମାନଙ୍କ ଦାବି ଥିଲା ଯେ ନୂଆପଡ଼ା ସଦର ମହକୁମାର ୩ କିଲୋମିଟର ଦୂରରେ ଏକଲବ୍ୟ ମଡେଲ ସ୍କୁଲ ଅବସ୍ଥିତ ରହିଥିବାରୁ ଏହାର ସୁଯୋଗ ନେଇ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ଯୋଜନାରୁ ଅବହେଳା କରାଯାଇଛି।

ଏହାକୁ ନେଇ ବାରମ୍ବାର ଅଭିଯୋଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ମଧ୍ୟ ସମାଧାନ ହୋଇ ପାରୁନାହିଁ। ଏହାକୁ ନେଇ ବିଦ୍ୟାଳୟର ପିଟିଏ ସଦସ୍ୟ ସହ ଆଦିବାସୀ କଲ୍ୟାଣ ସଂଘର ବ୍ଲକ ସଭାପତି ଓ ବିଦ୍ୟାଳୟର ପିଟିଏ ସମ୍ପାଦକ ଭକ୍ତ ବନ୍ଧୁ ଧାରୁଆ ଓ ସଭାପତି ସନ୍ତୋଷ ମେହେର ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିବା ସହ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ବିଦ୍ୟାଳୟରେ ପାଣି, ଗରମଦିନରେ ଫୋନ୍ ମରାମତି ସହ ଓଡ଼ିଶାରେ ସମସ୍ତେ ଆଦିବାସୀ ବିଦ୍ୟାଳୟଗୁଡ଼ିକରେ କୋଭିଡ ସହାୟତା ରାଶି ମିଳିଲା। ହେଲେ ଏହି ବିଦ୍ୟାଳୟକୁ ମିଳିଲା ନାହିଁ । ସରକାରଙ୍କ ନିୟମ ଅନୁସାରେ ଆଜି ପର୍ଯ୍ୟନ୍ତ ନୂଆ ୬ ଓ ୭ କ୍ଲାସର ଛାତ୍ରମାନଙ୍କୁ ପୋଷାକ ସହ ଜୋତା, ବ୍ୟାଗ୍ ଚପଲ୍ ସହ ସହାୟକ ଜିନିଷ ପତ୍ର କାହିଁକି ମିଳିପାରିନାହିଁ ବୋଲି ଛାତ୍ରମାନେ ଦାବି କରିଛନ୍ତି ।