ଦେଶରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ କୁ ନେଇ ଆଶ୍ୱସ୍ତି କର ଖବର ଆସୁଥିବା ବେଳେ, ଏବେ ପୁଣି ଏହାରି ମଧ୍ୟରେ ଚିନ୍ତା ବଢାଇଲାଣି ଚୀନ୍ । ଚୀନରେ ବଢ଼ୁଥିବା ସଂକ୍ରମଣକୁ ଦେଖିଲେ ଚିନ୍ତା ପ୍ରକାଶ ପାଇଛି । କିଛି ଦିନର ଆଶ୍ୱସ୍ତି ପରେ କରୋନାକୁ ନେଇ ଆସିଛି ବଡ଼ ଖବର । ଚୀନ ମିଡିଆର ସୂଚନା ଅନୁସାରେ, କରୋନାର ଉତ୍ପତିସ୍ଥଳ ଉହାନରେ ପୁଣି ଥରେ କାୟାବିସ୍ତାର କଲାଣି ମହାମାରୀ କରୋନା ଭୂତାଣୁ ।
ପାଖାପାଖି ୨ ବର୍ଷ ପରେ ଉହାନରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୫୨୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଏମାନଙ୍କ ମଧ୍ୟରୁ ୨୧୪ଜଣଙ୍କ ଠାରେ ଲକ୍ଷଣ ରହିଥିବା ବେଳେ ୩୧୨ଜଣ ଲକ୍ଷଣବିହୀନ । ତେବେ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଚିନ୍ତା ପ୍ରକାଶ ପାଇଛି । କରୋନା ସଂକ୍ରମଣ ବଢିବା ନେଇ ଆଶଂକା ପ୍ରକାଶ ପାଇଛି ।
କରୋନାକୁ ନେଇ କିଛି ଦିନର ଆଶ୍ୱସ୍ତି ପରେ, ଏବେ ଚୀନରୁ ଯେଉଁ ଖବର ଆସିଛି, ତାହା ପୁଣି ଥରେ ଚିନ୍ତା ବଢାଇବା ଭଳି । ଚୀନରେ କରୋନାର ସର୍ବାଧିକ ମାମଲା ସାମ୍ନାକୁ ଆସିବା ପରେ ଅନ୍ୟଦେଶମାନେ ମଧ୍ୟ ସତର୍କ ହେଲେଣି । ଏପରିକି ନିଜ ନାଗରିକମାନଙ୍କୁ କରୋନା ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ତେବେ କରୋନାର ଭୟାବହତା ବର୍ତ୍ତମାନ ସମୟରେ ଏତେଟା ନଥିଲେ ମଧ୍ୟ, ଆମକୁ ସର୍ବଦା ସତର୍କ ରହିବାକୁ ପଡିବ । ତେଣୁ ଘରୁ ବାହାରକୁ ବାହାରିଲେ ମୁହଁରେ ସର୍ବଦା ମାସ୍କ ପିନ୍ଧନ୍ତୁ ଏବଂ ଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ ।
