ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁକ୍ରେନରୁ ଫେରିଲେ ଆଉ ୭୭ ଜଣ ଓଡ଼ିଆ ଛାତ୍ରଛାତ୍ରୀ । ଦିଲ୍ଲୀରୁ ସ୍ୱତନ୍ତ୍ର ଏୟାର ଏସିଆ ବିମାନ ଯୋଗେ ଛାତ୍ରଛାତ୍ରୀମାନେ ଆସି ଭୁବନେଶ୍ୱର ବିଜୁପଟ୍ଟନାୟକ ଆନ୍ତର୍ଜାକତିକ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେପଟେ ଓଡ଼ିଶାରୁ ବହୁ ଛାତ୍ରଛାତ୍ରୀ ଡାକ୍ତରୀ ପଢ଼ିବା ପାଇଁ ୟୁକ୍ରେନ ଯାଇଥିଲେ। ସେଠାରେ ଯୁଦ୍ଧ ହେବାରୁ ସେମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି ।ଯାହାଫଳରେ ସେମାନେ ସେଠାରୁ ଫେରିଆସୁଛନ୍ତି ।

ଯୁଦ୍ଧ କାଳୀନ ପରିସ୍ଥିତିରେ ସେଠାରେ ଛାତ୍ରଛାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିଲେ । ଭାରତ ସରକାରଙ୍କ ଅପରେସନ ଗଙ୍ଗା ଦ୍ୱାରା ସେମାନେ ସୁରକ୍ଷିତ ଭାବେ ୟୁକ୍ରେନରୁ ଭାରତ ଫେରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୭୭ ଜଣ ଛାତ୍ରଛାତ୍ରୀ ୟୁକ୍ରେନରୁ ଓଡ଼ିଶାକୁ ଫେରିଲଣି । ଅନ୍ୟପଟେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଫେରାଇବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ ।