ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । ପ୍ରତ୍ୟେକ ଦିନ ଉଭୟ ଦେଶର ହଜାର ହଜାର ସେନା ଏହି ଯୁଦ୍ଧରେ ପ୍ରାଣ ହରାଉଛନ୍ତି । ଏହା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ୟୁକ୍ରେନ୍ର ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ କରି ଲୋକେସନ ସେୟାର କରିଛନ୍ତି। ସେ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି କି ମୁଁ ଲୁଚିନାହିଁ କି ମୁଁ କାହାକୁ ଭୟ କରୁ ନାହିଁ। ମୁଁ କିବର ବ୍ୟାଙ୍କୋବା ରାସ୍ତାରେ ରହୁଛି ବୋଲି ଜେଲେନସ୍କି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ବୋଲଡିମିର ଜେଲେନସ୍କି ତାଙ୍କ ଡେସ୍କରେ ବସିଛନ୍ତି। ଡେସ୍କ କଡ଼ରେ ଏକ ୟୁକ୍ରେନ ପତାକା ରଖାଯାଇଛି ଓ ସେ ଏକ ଭିଡିଓରେ ଏପରି କହୁଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ସେ ଆହୁରି ବି କହିଛନ୍ତି ଯେ ‘ଆଜି ଆମ ସଂଗ୍ରାମର ଦ୍ବାଦଶ ସଂଧ୍ୟା।

ଆମେ ସମସ୍ତେ କିବ୍ରେ ଅଛୁ ଓ କାମ କରୁଛୁ। ମୋ ଦଳ ମୋ ସହ ଅଛନ୍ତି। ଏହା ବ୍ୟତୀତ ରୁଷ ସହ ଯୁଦ୍ଧ ମୁକାବିଲା କରିଥିବାରୁ ସେ ୟୁକ୍ରେନର ସେନା ବାହିନୀକୁ କୃତଜ୍ଞତା ଜଣାଇଛନ୍ତି। ଏହି ଯୁଦ୍ଧରେ ୟୁକ୍ରେନ ବିଜୟୀ ହେବ ବୋଲି ସେ ତାଙ୍କର ବିଶ୍ବାସ ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୪ ତାରିଖରେ ରୁଷର ରାଷ୍ଟ୍ରପତି ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଏହି ଯୁଦ୍ଧ ହେବା ପରଠାରୁ ପ୍ରାୟ ୩୩୦ରୁ ଉର୍ଦ୍ଧ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ୧.୫ ମିଲିୟନ୍ରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ପଳାଇଛନ୍ତି।