ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ପୌର ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି । ଏନେଇ ରାଜନୈତିକ ଦଳମାନେ ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସେପଟେ ଦଳମାନେ ନିଜର ପ୍ରାର୍ଥୀ ପତ୍ର ଦାଖଲ ମଧ୍ୟ କରିସାରିଲେଣି । ଖାଲି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବା ବାକି ରହିଛି । ଏହା ମଧ୍ୟରେ ଏଥର ପଞ୍ଚାୟତ ନିର୍ବାଚନ ଠାରୁ ପୌର ନିର୍ବାଚନରେ ବିଜେଡି ନିଜର ପ୍ରଦର୍ଶନକୁ ଭଲ କରିବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି । ଏହା ସହ ତିନି ମହାନଗର ନିଗମ ସମେତ ୧୦୦ରୁ ଅଧିକ ପୌରାଞ୍ଚଳ ଦଖଲ କରିବ ବିଜେଡି। ପଞ୍ଚାୟତ ଠାରୁ ଅଧିକ ଭଲ ହେବ ପୌର ନିର୍ବାଚନ ।
୧୦୯ ପୌର ପରିଷଦରୁ ୧୦୦ରୁ ଅଧିକ ପୌର ପରିଷଦ ବିଜେଡି ଅକ୍ତିଆର କରିବ । ତିନି ମହାନଗର ନିଗମରେ ବିଜେଡି ବାଜିମାତ କରିବ । ୨୦୧୭ ଓ ୨୦୧୯ରେ ସ୍ଥିତି ଅଲଗା ଥିଲା । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ବଢ଼ିଛି । ପୌର ନିର୍ବାଚନ ସ୍ଥାନୀୟ ଲୋକଙ୍କ ସମସ୍ୟା ନେଇ ହେଉଥିବାରୁ ବିଜେଡି ଜିତିବ । ପୌରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ବହୁତ ସ୍ଥାନରେ ଅନେକ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଓଡ଼ିଶା ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।
