ଶାସକ ଦଳ ଉପରେ ଭୁବନେଶ୍ୱର ସାଂସଦଙ୍କ ସାଂଘାତିକ ଅଭିଯୋଗ: ଭୋଟ ପାଇ ଚାଲିଛି ନୋଟ କାରବାର

ଆଗକୁ ପୌର ନିର୍ବାଚନ । ତେବେ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ସରଗରମ ହେଉଛି ରାଜ୍ୟ ରାଜନୀତି । ଭୋଟ ପାଇଁ ଚାଳିଛି ନୋଟ କାରବାର । ପୌର ନିର୍ବାଚନରେ ଭୋଟ କିଣିବାକୁ ଶାସକ ଦଳ ନୋଟ କାରବାର କରୁଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶାସକ ଦଳକୁ ଟାର୍ଗେଟ କରିବା ସହ ଟଙ୍କା ବାଣ୍ଟି ଭୋଟ ହାତେଇବା ପାଇଁ ଯୋଜନା କରୁଥିବା ଅଭିଯୋଗ କରିଛି । ଏଥିସହ ସମୟ ଆସିଲେ ପ୍ରମାଣ ସହ ଖୁଲାସା କରିବା ନେଇ କହିଛନ୍ତି । ସେପଟେ ଉଭୟ ବିଜେଡି ଓ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କରିଛନ୍ତି ।

ଆଉ ଅପରାଜିତାଙ୍କ ଏହି ଅଭିଯୋଗର ଉତ୍ତର ରଖିଛନ୍ତି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା । ସାଂସଦ ଅପରାଜିତା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଭିତରେ କଥା କଟାକଟି କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣକୁ ନେଇ ମୁହାଁମୁହିଁ ହୋଇଥିଲେ ଏହି ଦୁଇ ନେତା । ଆଉ ଏହାରି ଭିତରେ ଆଜି ପ୍ରଚାର ଆରମ୍ଭ କରିଛନ୍ତି ଉଭୟ ଦଳର ମେୟର ପ୍ରାର୍ଥୀ ।

Related Posts