ସତ୍ୟପାଠ, ବ୍ୟୁରୋ ୦୮/୦୩ : ଅସୁସ୍ଥତା କାରଣରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ରେ ଚିକିତ୍ସାଧୀନ ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି।

ଗତ ପଂଚାୟତ ନିର୍ବାଚନ ସମୟରେ ନିରଞ୍ଜନ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଥିଲେ। ସୁସ୍ଥ ହେବାପରେ ମଧ୍ୟ ନିରଂନ ବାବୁ ସକ୍ରିୟ ଭାବେ ଦଳୀୟ କାର୍ଯ୍ୟ ରୁ ଟିକେ ଦୁରେଇ ରହିଥିଲେ। ସ୍ଵାସ୍ଥ୍ୟଗତ କାରଣ ପାଇଁ ପଂଚାୟତ ଓ ପୌର ନିର୍ବାଚନ ର ଦାୟିତ୍ବ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଦିଆଯାଇଛି।