ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରାଯାଉ: ୟୁକ୍ରେନ୍ ରାଷ୍ଟ୍ରପତି

14 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଋଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି । ଯାହାର ପରିଣାମ ସ୍ବରୂପ ତଳିତଳାନ୍ତ ହେବାକୁ ବସିଲାଣି ୟୁକ୍ରେନ । ଚାରିଆଡ଼େ ନିଆଁ । ଗୁଳି ଓ ରକେଟ୍ ମାଡ଼ ର ଶଦ୍ଧ । ଏହାରି ମଧ୍ୟରେ ଋଷ ସେନା ଙ୍କ କଡ଼ା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା । ମରିବୁ ପଛେ ହାରିବୁ ନାହିଁ ବୋଲି ନିଜ ଜିଦ୍ ରେ ଅଟଳ ରହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

ଅନ୍ୟପଟେ ଋଷ ର ୟୁକ୍ରେନ୍ ଉପରକୁ ଏମିତି ଆକ୍ରମଣକୁ ନେଇ ରାଷ୍ଟ୍ରପତି ଭୋଲୋଦିମୀର ଜେଲେନ୍‌ସ୍କି ମଙ୍ଗଳବାର ବ୍ରିଟେନ ସାଂସଦଙ୍କ ନିକଟରେ ଅପିଲ କରିଛନ୍ତି ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରାଯାଉ । ଏହା ଦ୍ୱାରା ଆକାଶ ପଥ ସୁରକ୍ଷିତ ରହିପାରିବ । ୟୁକ୍ରେନ୍‌ର ୪୪ ବର୍ଷୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି ଭିଡିଓଲିଙ୍କ ମାଧ୍ୟମରେ ‘ହାଉସ ଅଫ କମନ୍ସ’କୁ ସମ୍ବୋଧିତ କରି ଏହି ଐତିହାସିକ ଭାଷଣ ଦେଇଛନ୍ତି ।

ଜେଲେନ୍‌ସ୍କିଙ୍କ ସାଂସଦମାନେ ଛିଡ଼ା ହୋଇ ଅଭିବାଦନ କରିଥିଲେ । ଜେଲେନ୍‌ସ୍କି ମଙ୍ଗଳବାର ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ପଶ୍ଚିମ ଦେଶଗୁଡ଼ିକର ସହାୟତା ପାଇଁ ଆପଣମାନଙ୍କ ସହଯୋଗ ଚାହୁଁଛୁ । ଆମେ ଏହି ସହଯୋଗ ପାଇଁ ଧନ୍ୟବାଦ ଜଣାଉଛୁ ଓ ବୋରିସ (ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ)ଙ୍କୁ ଧନବ୍ରାଦ ଜଣାଉଛି ।

ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି, ଦୟାକରି ଏହି ଦେଶ (ରୁଷିଆ) ବିପକ୍ଷରେ କଟକଣା ବଢ଼ାଯାଉ ଓ କୃପାକରି ଏହି ଦେଶକୁ ଏକ ଆତଙ୍କବାଦୀ ଦେଶ ଘୋଷଣା କରାଯାଉ । ଦୟାକରି ସୁନିଶ୍ଚିତ କରନ୍ତୁ ଯେ, ଆମର ୟୁକ୍ରେନ୍‌ର ଆକାଶପଥକୁ ସୁରକ୍ଷିତ ରଖାଯାଉ । ଜେଲେନସ୍କି ବ୍ରିଟେନ ସାଂସଦଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ରୁଷିଆ ଆକ୍ରମଣ ବିପକ୍ଷରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ । ଆମେ ହାରିବା ମାନିବୁ ନାହିଁ ଓ ହାରିବୁ ନାହିଁ । ଆମ ଦେଶ ପାଇଁ ଆମେ ନିଜ ନିଜ ଶେଷ ନିଃଶ୍ୱାସ ପର୍ୟ୍ୟନ୍ତ ଲଢେ଼ଇ କରିବୁ।

Related Posts