ପୁରୀ(ସତ୍ୟପାଠବ୍ୟୁରୋ): ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଘରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରୁଷ୍‌ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ମହୋତ୍ସବରେ ରୁଷୀୟ ଗ୍ରାଣ୍ଡ୍‌ ସ୍ୟାଣ୍ଡ୍‌ ମାଷ୍ଟର କପ୍ ୨୦୨୬ ଜିତି ଓଡ଼ିଶା ପାଇଁ ସୁନାମ ଆଣିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଶ୍ୱବ୍ୟାପୀ ଓଡ଼ିଶାର ସମୃଦ୍ଧ କଳା ଐତିହ୍ୟକୁ ପ୍ରୋତ୍ସାହିତ କରିବାରେ ସୁଦର୍ଶନଙ୍କ ଭୂମିକା ଉଲ୍ଲେଖନୀୟ। ତାଙ୍କ ଅବଦାନକୁ ପ୍ରଶଂସା କରିବା ସହ ପୁରୀର କଳା ଓ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ କୁନି କୁନି ପିଲାଙ୍କ ସହ କିଛି ସମୟ ବିତାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।