ଭିଜିଲାନ୍ସ ଟିମକୁ ଦେଖି କବାଟ ଖୋଲିଲେନି ବାପ-ପୁଅ; କବାଟ ଭାଙ୍ଗି ପସିଲା ବେଳକୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ । ଆୟବର୍ହିଭୁତ ସମ୍ପତ୍ତି ରଖିବାର ଅଭିଯୋଗ ହେବା ପରେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ାଉ କରିଛି । ଆଜିର ଏହି ଚଢାଉ ବେଳେ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଟିମକୁ ଅସହଯୋଗ କରିଥିବାର ଅଭିଯୋଗ ଆସିଛି । ତେବେ ଭିଜିଲାନ୍ସ ଟିମକୁ ଦେଖି ବାପ-ପୁଅ କବାଟ ଖୋଲିନଥିଲେ । ପରେ ବାଧ୍ୟ ହୋଇ ଭିଜିଲାନ୍ସ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା । ଭିଜିଲାନ୍ସକୁ ସହଯୋଗ ନ କରିବା ନେଇ ମଧ୍ୟ ମାମଲା ରୁଜୁ ହେବ ବୋଲି କୁହାଯାଇଛି ।

ଜଣେ ଅତିରିକ୍ତ ଏସପି, ୪ ଜଣ ଡ଼ିଏସପି ଓ ୧୦ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଟିମ ଏବେ ଚଢ଼ାଉ ଜାରି ରଖିଥିବାବେଳେ ତାଙ୍କ ଘରୁ ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି ଜ୍ଝ ବ୍ରହ୍ମପୁର ବ୍ୟତୀତ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଅନ୍ୟ ସ୍ଥାନ ସହ ପୈତୃକ ବାସଭବନ, ଅଫିସରେ ମଧ୍ୟ ଚଢ଼ାଉ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁରର ଗଜପତି ଲେନରେ ଥିବା ଦୁଇଟି ଘର, ଭୁବନେଶ୍ୱରରେ ଥିବା ଚାରି ମହଲା ଘର, ଆମ୍ବପୁଆରେ ଥିବା ଅଫିସ, ଛତ୍ରପୁରର ପୁଟବଗଡରେ ଥିବା ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି ।

Related Posts