ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ଏଜି ପେରାରିଭାଲାନଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏ ଖବରଟି ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଏତିକି ନୁହେଁ ବରଂ ତାଙ୍କର ଆଜୀବନ କାରାଦଣ୍ଡର କ୍ଷମା ପ୍ରାର୍ଥନା ଭାରତ ରାଷ୍ଟ୍ରପତିଙ୍କ ନିକଟରେ ବିଚରାଧୀନ ହୋଇ ରହିଛି । ସେପଟେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର ବିରୋଧ କରିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ତାଙ୍କ ଆଚରଣ, ଅସୁସ୍ଥତା ସମ୍ପର୍କରେ ଆବେଦନକାରୀଙ୍କ ଦ୍ୱାରା ପର୍ଯ୍ୟାପ୍ତ କାଗଜପତ୍ର ଦାଖଲ କରାଯାଇଛି ।

ସେ ୩୦ ବର୍ଷରୁ ଅଧିକ ଜେଲରେ ବିତାଇଥିବା କଥାକୁ ବିଚାରକୁ ନେଇ ଆମେ ତାଙ୍କୁ ଜାମିନରେ ମୁକ୍ତ କରାଯିବା ଉଚିତ ବୋଲି ନିଷ୍ପତ୍ତି ନେଇଛୁ ବୋଲି ଏଜି ପେରିଭାଲାନଙ୍କୁ ଜାମିନ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି । ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାରେ ପେରାରିଭାଲାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏବଂ ସେ ୩୨ ବର୍ଷ ଜେଲରେ ଥିଲେ । ତାମିଲନାଡ଼ୁର ଶ୍ରୀପେରୁମ୍ବୁଦୁରରେ ଏକ ନିର୍ବାଚନ ସମାବେଶରେ ମେ ୨୧ ୧୯୯୧ ମସିହାରେ ଆତ୍ମଘାତି ଆକ୍ରମଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା ।

Related Posts