ବିଜେପି ଠାରୁ ହାରିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି ଠାରୁ ହାରିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଏଥର ରାଜ୍ୟରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏହା ମଧ୍ୟରେ ବିଜେପି ଛାଡ଼ି ସମାଜବଦୀ ପାର୍ଟିରେ ମିଶିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ବଡ଼ ଝଟକା ମିଳିଛି । ତେବେ ଫାଜିଲନଗର ଆସନାରୁ ବିଜେପି ପ୍ରାର୍ଥୀଙ୍କ ଠାରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପରାଜିତ ହୋଇଛନ୍ତି । ସେପଟେ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର କୁଶୱାହା ୨୫ ହାଜରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପଟେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି । କାହିଁକିନା ବିଜେପିରୁ ଇସ୍ତଫା ଦେବା ପରେ ସ୍ୱାମୀ ନିଜକୁ ନେଉଳ କହିଥିବାବେଳେ ବିଜେପିକୁ ସାପ ଓ ଆରଏସଏସକୁ ନାଗ ସାପ ସହ ତୁଳନା କରିଥିଲେ । ଏପରିକି ସ୍ୱାମୀ ରୂପି ନେଉଳ ୟୁପିରେ ବିଜେପି ରୂପକ ସାପକୁ ଶେଷ କରିବ ବୋଲି କହିଥିଲେ । ବର୍ତ୍ତମାନ ହାରିବା ପରେ ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Related Posts