ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଦେଖାଦେଲା ଉତ୍ତେଜନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଉତ୍ତେଜନା । ତେବେ ନାଏବ ସରପଞ୍ଚ ନିର୍ବାଚନକୁ କେନ୍ଦ୍ର କରି ୱାର୍ଡ ସଭ୍ୟଙ୍କୁ ଅପହରଣ କରିଥିବାର ଅଭିଯୋଗ ହୋଇଛି । ଯାଜପୁର ବ୍ଲକ ପଣସା ପଞ୍ଚାୟତର ୧୨ ନମ୍ବର ୱାର୍ଡ ସଭ୍ୟ ମନୋଜ ରାଉତଙ୍କୁ କେତେକ ଦୁର୍ବୃତ୍ତ ଅପହରଣ କରିନେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ସେପଟେ ତାଙ୍କୁ ଅପହରଣ କରି ନେଇଥିବା ମନୋଜଙ୍କ ପତ୍ନୀ ସସ୍ମିତା କହିଛନ୍ତି।

ସେ କରିଥିବା ଅଭିଯୋଗ ଅନୁଯାୟୀ, ସୁଶାନ୍ତ ଘଡେଇ,ରମେଶ ପାତ୍ର ଏବଂ ଭ୍ରମରବର ମହାଳିକଙ୍କ ସମେତ କେତେକ ଦୁର୍ବୃତ୍ତ ମନୋଜଙ୍କୁ ଅପହରଣ କରି ନେଇଛନ୍ତି। ଏ ନେଇ ସେ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାସହ ତୁରନ୍ତ ତାଙ୍କ ସ୍ୱାମୀଙ୍କୁ ମୁକୁଳାଇବା ସହିତ ଅପହରଣକାରୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।

Related Posts