ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋଆରେ ପୁଣି ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାୱନ୍ତ । ଏଥର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୪୦ ସିଟ ମଧ୍ୟରୁ ୨୦ଟି ସିଟ ହାସଲ କରିଛି । କିନ୍ତୁ ସଂଖ୍ୟାଗରିଷ୍ଠତା ହାସଲ କରିନଥିବା ଭାରତୀୟ ଜନତା ପାର୍ଟିକୁ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ମିଳିଛି । ଏହା ମଧ୍ୟରେ ପ୍ରମୋଦ ଭଗତଙ୍କୁ ପୁଣିଥରେ ଗୋଆର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଭାରତୀୟ ଜନତା ପାର୍ଟି ଦେଇଥିବାର ଖବର ସାମ୍ନାକୁ ଆସିଛି । ଏନେଇ ଗୋଆରେ ବିଜେପିର ନିର୍ବାଚନ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୋଦ ସାୱନ୍ତଙ୍କ ନାମକୁ ଅନୁମୋଦନ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।