ଲୋନି ବର୍ତ୍ତମାନ ରାମରାଜ୍ୟ ହେବାକୁ ଯାଉଛି, ତେଣୁ ମାଂସ ଦୋକାନ ଦେଖାନଯିବା ଦରକାର: ବିଜେପି ବିଧାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏହା ମଧ୍ୟରେ ଗାଜିଆବାଦର ଲୋନି ଅଞ୍ଚଳରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନନ୍ଦକିଶୋର ଗୁଜ୍ଜର ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ନନ୍ଦକିଶୋର ଅଧିକାରୀମାନଙ୍କୁ ଚେତାବନୀ ଦେବା ସହ କହିଛନ୍ତି, ଲୋନିର ସରକାରୀ ଅଧିକାରୀ ବୁଝିଯିବା ଆବଶ୍ୟକ । ଏଠାରେ ଗୋଟିଏ ବି ମାଂସ ଦୋକାନ ଯେପରି ଦେଖାଯିବା ନ ଦରକାର । ଲୋନିରେ ରାମରାଜ୍ୟ ଆସିବା ଦରକାର, ସେଥିପାଇଁ କ୍ଷୀର-ଘିଅ ଖାଆନ୍ତୁ ଓ ଦଣ୍ଡ ବୈଠକ କରନ୍ତୁ ବୋଲି ବିଧାୟକ ନନ୍ଦକିଶୋର ଗୁଜ୍ଜର କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ନିଜର ବୟାନକୁ ନେଇ ସବୁବେଳେ ଲାଇମଲାଇଟରେ ରହିଥାନ୍ତି ନନ୍ଦକିଶୋର ଗୁଜ୍ଜର ।

କିଛି ଦିନ ପୂର୍ବରୁ ଯେଉଁ ଲୋକ ଅଲ୍ଲୀଙ୍କ ନାଁ ନେଉଛନ୍ତି ସେମାନେ ପାକିସ୍ତାନ ଚାଲିଯାଆନ୍ତୁ । ନିର୍ବାଚନ ପରେ ଲୋନି ସମ୍ପୂର୍ଣ୍ଣ ରୂପେ ରାମରାଜ୍ୟ ହେବ । ଏହାଛଡା ନନ୍ଦକିଶୋର କହିଥିଲେ, ସମାଜବାଦୀ ପାର୍ଟି ଏକ ପାକିସ୍ତାନ ପାର୍ଟି । ଏହାର ସମ୍ପର୍କ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ ସହ ରହିଛି ବୋଲି କହିଥିଲେ ।

Related Posts