ସତ୍ୟପାଠ ବ୍ୟୁରୋ, ୧୩/୦୩: ଅଭିଯୁକ୍ତ ବିଧାୟକ ପ୍ରଶାନ୍ତ ଜଗଦେବଂକୁ ବିଜେଡି ସୁରକ୍ଷା ଦେଉଛି ବୋଲି ବିଜେପି ଅଭିଯୋଗ ଆଣିବା ପରେ ଏହାର ଜବାବ ରଖିଛି ବିଜେଡି। ବିଜେପି ର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ କି ଜଗଦେବ ଙ୍କୁ ବିଜେଡି ବହିଶ୍କାର ନ କରି ଉପର ଠାଉରିଆ କେବଳ ନିଲମ୍ବନ କରିଛି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ଏହାର ସ୍ପଷ୍ଟିକରଣ ଦେଇଛି। ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଆଉ ବିଜୁ ଜନତା ଦଳରେ ନାହାନ୍ତି । ବାଣପୁର ହିଂସା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ବହିଷ୍କାର ନେଇ ଉଠୁଥିବା ବିବାଦରେ ପୂର୍ଣ୍ଣଛେଦ ଟାଣିଛନ୍ତି ସାଂସଦ ସସ୍ମିତ ପାତ୍ର । ତାଙ୍କର ଦୁର୍ବ୍ୟବହାର ଏବଂ ଖରାପ ଆଚରଣ ଯୋଗୁଁ ବିଜେଡି ପୂର୍ବରୁ ଦଳରୁ ନିଲମ୍ବିତ କରିସାରିଛି ।
ଜଗଦେବ ଦଳରେ ଆଉ ନାହାନ୍ତି କହିବାରେ ତେଣୁ କୌଣସି ସଂକୋଚ ନାହିଁ ବୋଲି କହିଛନ୍ତି ଡା. ସସ୍ମିତ ପାତ୍ର ।ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଅମାନବୀୟ କାର୍ଯ୍ୟ କରିଛନ୍ତି, ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ପୋଲିସ ଆଇନ ଅନୁଯାୟୀ ଦଣ୍ଡବିଧାନ କରୁ । ବିଜୁ ଜନତା ଦଳ ଚାହୁଁଛି ଯିଏ ଅଭିଯୁକ୍ତ ସେ ଆଇନ ଅନୁଯାୟୀ ଦଣ୍ଡିତ ହୁଅନ୍ତୁ । ଏଭଳି ଏକ ସ୍ପର୍ଷକାତର ପ୍ରସଙ୍ଗରେ ରାଜନୀତିକରଣ କରିବା ସଠିକ ନୁହେଁ । ବିଜେପି ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଦେଇଥିବା ପ୍ରତିକ୍ରିୟାକୁ ପ୍ରତ୍ୟାକ୍ଷାନ କଲେ ସସ୍ମିତ । ସେ କହିଛନ୍ତି ଏହି ପ୍ରସଙ୍ଗକୁ ଆମେ ଗୁରୁତର ସହ ଗ୍ରହଣ କରିଛୁ । ଆମେ ମଧ୍ୟ ଚାହୁଁଛୁ ସମସ୍ତ ଦଳ ସଠିକ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରନ୍ତୁ ।ବିଜେପି ଶାସିତ ରାଜ୍ୟରେ ମଧ୍ୟ ଏପରି ଘଟଣା ଘଟିଥିଲା । ସେତେବେଳେ ଓଡିଶା ବିଜେପିର ନେତା କହିଥିଲେ ଉକ୍ତ ପ୍ରସଙ୍ଗରେ ରାଜନୀତିକରଣ ଠିକ ନୁହେଁ । ଆଇନକୁ ତା ବାଟରେ ଯିବାକୁ ଦିଆଯାଉ । ଯଦି ସମାନ ଘଟଣା ବାଣପୁରରେ ଘଟିଛି, ତେବେ ଭାରତୀୟ ଜନତା ପାର୍ଟ୍ଟର ନେତା କିପରି ରାଜନୀତିକରଣ କରୁଛନ୍ତି ? ବିଜେପି ଡବଲ ଷ୍ଟାଣ୍ଡାର୍ଡ ନୀତି ନଆପଣାଉ ବୋଲି କହିଛନ୍ତି ସସ୍ମିତ ପାତ୍ର । ଯଥା ସମ୍ଭବ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଦାବି ଜଣାଉଛୁ, ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟୀକରଣ ରଖିଛି । ତେଣୁ ଉକ୍ତ ପ୍ରସଙ୍ଗକୁ ନେଇ ବିଜେପି ରାଜନୀତି କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସସ୍ମିତ ପାତ୍ର ।





