ଶହେ ତଳେ ରାଜ୍ୟରେ କରୋନାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା: ୨୪ ଘଣ୍ଟା ମଧ୍ୟରେ ୬୮ ସଂକ୍ରମିତ ଚିହ୍ନଟ

ଓଡିଶା: ରାଜ୍ୟରେ ଖସୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଏବେ ଦୈନିକ ସଂକ୍ରମଣ ଶହେ ତଳେ ରହୁଥିବା ବେଳେ, ଗତକାଲି ୪୩ ହଜାର ୪୦୫ ଟି ନମୁନା ପରୀକ୍ଷଣ ହୋଇଥିଲା ବେଳେ ୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସଙ୍ଗରୋଧ କେନ୍ଦ୍ରରୁ ୪୧ ଓ ସ୍ଥାନୀୟ ଅଞ୍ଚଳରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୨ ଜଣ ୧୮ ବର୍ଷରୁ କମ୍ ବର୍ଗର ପିଲା ରହିଛନ୍ତି ।

ଅନୁଗୁଳ ଜିଲ୍ଲାରୁ ୪ଜଣ, ବାଲେଶ୍ୱର ଜିଲ୍ଲାରୁ ୩ଜଣ, ଭଦ୍ରକ ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୪ଜଣ, ଗଜପତି ଜିଲ୍ଲାରୁ ୭ଜଣ, ଗଞ୍ଜାମ ଜିଲ୍ଲାରୁ ୧୨ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ, କଳାହାଣ୍ଡି ଜିଲ୍ଲାରୁ ୨ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, କୋରାପୁଟ ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ଜଣେ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୧୧ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ, ଷ୍ଟେଟ ପୁଲ୍‌ରୁ ଜଣେ ରହିଛନ୍ତି ।

ଏଥି ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୬୯୪ ରେ ପହଁଞ୍ଚିଥିଲା ବେଳେ, ଗତକାଲି ୩୧୪ ସୁସ୍ଥ ହୋଇଛନ୍ତି, ଏହା ସହିତ ୧୨ ଲକ୍ଷ ୭୬ ହଜାର ୬୭୫ ସୁସ୍ଥ ହୋଇଛନ୍ତି ଏବଂ ରାଜ୍ୟରେ ଏବେ ୮୫୧ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଦେଶରୁ ଆଜି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୨,୫୦୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେହିପରି ଦିନକରେ ଦେଶରେ ୪ ହଜାର ୩୭୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

Related Posts