ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏନେଇ ପ୍ରାର୍ଥୀ ପତ୍ର ଦାଖଲ ଓ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପକ୍ରିୟା ଶେଷ ହୋଇଛି । ଏହି କ୍ରମରେ ୬୪୧ ପ୍ରାର୍ଥୀ ନାମାଙ୍କନ ପତ୍ର ଫେରାଇ ନେଇଥିବା ବେଳେ, ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଅନୁସାରେ ଏବେ ମଇଦାନରେ ମୋଟ ୬ ହଜାର ୪ଶହ ୧୧ଜଣ ପ୍ରାର୍ଥୀ ରହିଛନ୍ତି । ଯେଉଁଥିରେ ୫ହଜାର ୮୫୨ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ ଥିବା ବେଳେ , ୫୬୯ ମେୟର ଓ ପୌରାଧ୍ୟକ୍ଷ ପଦବୀ ପାଇଁ ଲଢ଼େଇ କରୁଥିବା ପ୍ରାର୍ଥୀ ମଇଦାନରେ ରହିଛନ୍ତି ।
ସେପଟେ ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ମଧ୍ୟ ପ୍ରକାଶ ପାଇଛି ଚୂଡାନ୍ତ ପ୍ରାର୍ଥୀ ତାଲିକା । ଶେଷ ଦିନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ୪୪ ଜଣ । ପୂର୍ବରୁ ୮ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ମୋଟ ୫୨ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହର କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ ପ୍ରାର୍ଥୀ ହେବା ପାଇଁ ୩୯୬ ଟି ଫର୍ମ କିଣାଯାଇଥିଲା। ଜଣେ କଂଗ୍ରେସ ପ୍ରାର୍ଥୀ ଓ ଅନ୍ୟ ୫୧ ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବର୍ତ୍ତମାନ ବିଏମସି ନିର୍ବାଚନୀ ମଇଦାନରେ ଅଛନ୍ତି ୨୮୯ ପ୍ରାର୍ଥୀ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ ଟି ପୌର ପରିଷଦ ଓ ୫୯ଟି ଏନଏସିର ମୋଟ ୧ ହଜାର ୮୯୯ଟି ଓ୍ବାର୍ଡରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ହେବ ।





