ପୌର ନିର୍ବାଚନକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି । ତାରିଖ ଯେତେ ପାଖେଇ ଆସୁଛି ଦଳ ଦଳ ମଧ୍ୟରେ ଉଷ୍ମତା ବଢ଼ିବାକୁ ଲାଗୁଛି । ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ପ୍ରଚାର ମଇଦାନ ପଡୁଥିବା ଉଠୁଥିବା ବେଳେ, ଅବକାରି ବିଭାଗ ମଦ ଦୋକାନ ବନ୍ଦ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାର୍ଚ୍ଚ ୨୪ ରେ ପୌର ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୨୬ ତାରିଖ ଏହାର ଫଳାଫଳ ପ୍ରକାଶିତ ହେବ ।

ଏହି ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ଅବକାରୀ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି। ପୌର ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ବିଜ୍ଞପ୍ତି ଜାରି କରିଛି ଅବକାରୀ ବିଭାଗ । ନିର୍ବାଚନ ପ୍ରଚାର ଶେଷଠାରୁ ଭୋଟ ଗଣତି ପର୍ଯନ୍ତ ମଦ ଦୋକାନଗୁଡ଼ିକ ବନ୍ଦ ରହିବ ବୋଲି ଜଣାପଡ଼ିଛି । ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟକ ମଦ ଦୋକାନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ମଦ ମାଧ୍ୟମରେ ଭୋଟରଙ୍କୁ ପ୍ରଲୋଭନ ଦେଖାଇବା, ମଦ ପାଇଁ ହିଂସା କାଣ୍ଡ ଘଟିବାର ଆଶଂକା ରେ ଏହି ପରି ନିଷ୍ପତ୍ତି ନିଆଯାଇଛି।