ସୋର : ଭିଜିଲାନ୍ସ ପଞ୍ଝାରେ ଛନ୍ଦି ହୋଇଛନ୍ତି ଆଉ ଜଣେ ସରକାରୀ ଅଧିକାରୀ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଛନ୍ତି | ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ବେହୁରିଆ | ତାଙ୍କ ଘର, ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି |
ଭିଜିଲାନ୍ସ ଏସପିଙ୍କ ନିର୍ଦେଶକ୍ରମେ ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଭିଜିଲାନ୍ସ ଟିମ ପକ୍ଷରୁ ଏହି ଚଢ଼ାଉ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ସହକାରୀ ଯନ୍ତ୍ରୀଙ୍କ ଭଦ୍ରକ ଉପର ବାଗୁରାଇ ସ୍ଥିତ ଘର, ଅର୍ଣ୍ଣପାଳସ୍ଥିତ ଘର ଓ ମାର୍କେଟ କମ୍ପଲେକ୍ସରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୪ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ବାଲେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ କର୍ମଚାରୀମାନେ ଏହି ଚଢ଼ାଉ କରୁଛନ୍ତି। ଭଦ୍ରକ ଟାଉନର ବାଗୁରାଇରେ ଗୋଟିଏ କ୍ୟାମ୍ପସରେ ଗୋଟିଏ ତିନି ମହଲା କୋଠା ଏବଂ ଗୋଟିଏ ଦୁଇ ମହଲା କୋଠା, ଭଦ୍ରକର ନିଜ ଗାଁ ମଧୁସୂଦନପୁରରେ ଥିବା ଘର, ଅର୍ଣ୍ଣପାଳସ୍ଥିତ ଘର ଓ ମାର୍କେଟ କମ୍ପଲେକ୍ସ, ଭଦ୍ରକର ବାସୁଦେବପୁରରେ ସମ୍ପର୍କୀୟଙ୍କ ଘର ଓ ଶ୍ରୀ ବେହୁରିଆରଙ୍କ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଫିସରେଚଢ଼ାଉ ଜାରି ରହିଛି।





