ଏପ୍ରିଲ ୪ ତାରିଖରୁ ସକାଳ ୭ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ

ଆସନ୍ତା ଏପ୍ରିଲ ୪ରୁ ସକାଳୁଆ କୋର୍ଟ। ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳ ୭ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ତେବେ ମଝିରେ କେବଳ ୧୦ ଟାରୁ ୧୦ ଟା ୩୦ ପର୍ଯ୍ୟନ୍ତ ଅଧଘଣ୍ଟା ବିରତି ରହିବ।

ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢେ ୭ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ସାଢେ ୧୨ ଟା ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ବର, ପୁରୀ ସଦର ବ୍ରହ୍ମପୁର, ଛତ୍ରପୁର ଓ କୋରାପୁଟ କୋର୍ଟରେ ଏହି ନିୟମ କାର୍ଯ୍ୟକାରୀ ହେବନାହିଁ। ଏହି ନିୟମ ଗ୍ରୀଷ୍ମ ଅବକାଶର ଶେଷ କାର୍ଯ୍ୟ ଯାଏଁ ବଳବତ୍ତର ରହିବ । ଏନେଇ ସମସ୍ତ ଜିଲ୍ଲା ଜଜଙ୍କୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି ।

Related Posts