ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଥମଥର ପାଇଁ ରୁଷର ତୈଳ ଡିପୋ ଉପରେ ହେଲିକପ୍ଟରରେ ବୋମାମାଡ଼ କଲା ୟୁକ୍ରେନ । ୟୁକ୍ରେନର ଲଢୁଆ ହେଲିକାପ୍ଟରଗୁଡିକ ସେଠାରେ ଥିବା ଏକ ଏୟାରପୋର୍ଟ ଉପରେ ଆକ୍ରମଣ କରିବା ସହ ତୈଳ ଡିପୋ ଉପରେ ବୋମାମାଡ କରିଛନ୍ତି । ଯାହାଫଳରେ ୟାରପୋର୍ଟ ନିକଟରେ ଥିବା ତୈଳ ଡିପୋରେ ନିଆଁ ଲାଗିଯାଇଛି । ରୁଷ ମିଲିଟାରି ପକ୍ଷରୁ ଏହି ଆକ୍ରମଣ ସଂପର୍କିତ ଏକ ଭିଡିଓ ଜାରି କରାଯାଇଛି ।

ଏହି ଭିଡିଓରେ ଆକ୍ରମଣ ପରେତୈଳ ଡିପୋରେ ପ୍ରବଳ ବେଗରେ ନିଆଁ ଜଳୁଥିବା ଦେଖାଯାଉଥିବା ଦେଖାଯାଉଛି । ସେପଟେ ରୁଷ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହେଲିକାପ୍ଟରଗୁଡ଼ିକ ଅଳ୍ପ ଉଚ୍ଚତାରୁ ତୈଳ ଡିପୋ ଓ ଏୟାରପୋର୍ଟକୁ ମିସାଇଲ ନିକ୍ଷେପ କରାଯାଇଥିଲା । ଏହା ଫଳରେ ତୈଳ ଡିପୋରେ ବଡ଼ ବିସ୍ଫୋରଣ ହୋଇଥିଲା । ତେବେ ଏହି ଆକ୍ରମଣରେ ଏୟାରପୋର୍ଟର ବିଶେଷ କ୍ଷତି ହୋଇନଥିବା ରୁଷ ପକ୍ଷରୁ କୁହାଯାଇଛି । , ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହାର ଚର୍ଚ୍ଚା ଜୋର ଧରିଛି ।