ଚାଇନା: ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ ଚାଇନା ରେ ଏବେ ଓମିକ୍ରନ ଭାରିଏଣ୍ଟର ଗୋଟିଏ ନୂଆ ସବ ଭାରିଏଣ୍ଟକୁ ନେଇ ଚିନ୍ତା ବଢିଯାଇଛି | ଗତ ୨୪ ଘଣ୍ଟାରେ ଚାଇନାରେ ନୂଆ ସବ ବ୍ୟାରିଏଣ୍ଟ ଦ୍ୱାରା ଆକ୍ରାନ୍ତ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ସବ ଭାରିଏଣ୍ଟ ସଙ୍ଘାଇ ଠାରୁ ୭୦ କିମି ଦୂରରେ ଥିବା ଗୋଟିଏ ସହରରୁ ଚିହ୍ନଟ ହୋଇଛି। ଏଠାରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ନୂଆ ସବ ଭାରିଏଣ୍ଟ ଠାବ ହୋଇଛି। ଏହି ନୂଆ ସବ ଭାରିଏଣ୍ଟଟି ଓମିକ୍ରନର ବି.୧.୧ରୁ ବିକଶିତ ହୋଇଥିବା କୁହାଯାଉଛି।

ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା। ଏହାପରେ ତାଙ୍କ ଶରୀରରୁ ପୂର୍ବରୁ କେବେ ରିପୋର୍ଟ ହୋଇ ନଥିବା ଗୋଟିଏ କରୋନା ଭାରିଏଣ୍ଟ ଚିହ୍ନଟ ହୋଇଥିବା ଗ୍ଲୋବାଲ ଟାଇମ୍ସରେ ଖବର ପ୍ରକାଶ ପାଇଛି।

ଚାଇନା ପ୍ରଶାସନ କହିଛି ଯେ “ଡାଲିଆନ ସହରରୁ ଠାବ ହୋଇଥିବା କରୋନାର ନୂଆ ରୂପର ପ୍ରଭାବ ବିଷୟରେ ଏଯାଏ ଜଣାପଡ଼ିନି। କିନ୍ତୁ ଚାଇନାରୁ ଏଯାଏ ଠାବ ହୋଇଥିବା କୌଣସି ଭାରିଏଣ୍ଟ ସହ ଏହା ମେଳ ଖାଉନାହିଁ। ଶୁକ୍ରବାର ହିଁ ଏହି ଭାରିଏଣ୍ଟ ସମ୍ପର୍କରେ ସୂଚନା ମିଳିଛି। ଏବେ ଏହା ଉପରେ ଅଧିକ ଗବେଷଣା କରାଯାଉଛି।