ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାପାତ ହୋଇଛି । ଫଳରେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ମାଲକାନଗିରି ଜିଲ୍ଲା ଖଇରପୁଟ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ନବରଙ୍ଗପୁର ଅଞ୍ଚଳର ।
ସୂଚନା ଅନୁସାରେ ବଜ୍ରାଘାତରେ ମାଲକାନ୍ଗିରି ଅଞ୍ଚଳର ଦୁଇଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି ନବରଙ୍ଗପୁରର ପାପଡ଼ାହାଣ୍ଡି ଥାନା ବାଙ୍କସର୍ଗି ଅଞ୍ଚଳରେ ଜଣେ ନାବାଳକ ପଡ଼ିଆରେ ଗାଈ ଚରାଉଥିବା ବେଳେ ବଜ୍ରାଘାତ ଘଟି ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଅନ୍ୟପଟେ ଆଜି(ବୁଧବାର) ଅପରାହ୍ନ ସମୟରେ ଅଦିନିଆ ଝଡ଼ ବର୍ଷାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଖୁରିଗାଁ ପଞ୍ଚାୟତ ଅଧିନସ୍ତ ଉପର ମାଣ୍ଡିଝୁଲା ଗ୍ରାମର ପ୍ରାୟ ୧୮ଟି ଘରର ଟିଣ, ଛପର ଉଡିଯାଇଛି । ଉକ୍ତ ଗ୍ରାମର ସରକାରୀ ବିଦ୍ୟାଳୟ ମଧ୍ୟ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି ।
ରାୟଗଡାରେ ଅଦିନିଆ ଝଡ-ବର୍ଷା, ଲୋକେ ଆଶ୍ରା ନେଇଥିବା ସ୍କୁଲ ଘର ଛପର ବି ଉଡିଗଲାପବନର ବେଗ ଅଧିକ ଥିବାରୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଟିଣ ଉଡିଯାଇ ବିଦ୍ୟାଳୟ ଠୁ କିଛି ଦୂରରେ ପଡିଛି । ସେପଟେ ହଠାତ୍ ପବନ ବର୍ଷା ହେବାରୁ ଗ୍ରାମବାସୀ ସରକାରୀ ବିଦ୍ୟାଳୟରେ ଆଶ୍ରୟ ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଗ୍ରାମବାସୀ ଆଶ୍ରୟ ନେଇଥିବା ବିଦ୍ୟାଳୟ ଟିଣ, ଛପର ଉଡି ଯାଇଥିଲା । ଏନେଇ ଖବର ପାଇ ମାଣ୍ଡିଝୁଲା ଗ୍ରାମକୁ କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ବର ମାଝୀ, ଖୁରିଗାଁ ସରପଞ୍ଚ ଏବଂ ରାଜସ୍ବ ନିରୀକ୍ଷକ ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚନା କରିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି ।





