ଭୁବନେଶ୍ୱର : ଗତକାଲି ରାଜଧାନୀ ଭୁବନେଶ୍ୱର ପାଳିଛି ୭୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା । ବହୁ ବଡ଼ ବଡ଼ ନେତା ମନ୍ତ୍ରୀ, ବିରୋଧି ଶାସକ ଦଳର ସମସ୍ତ କର୍ମୀ ଏକତ୍ରିତ ହୋଇଥିଲେ । ମାତ୍ରା ଏହି ସମାରୋହକୁ ଏମ୍ପି ଅପରାଜିତା ଷଡଙ୍ଗୀକୁ ଡକା ଯାଇନଥିଲା । ତେବେ ତାଙ୍କୁ ନ ଡାକିବା ନେଇ ରାଜନୀତି ଜୋର ଧରିଥିଲା । ଖୋଦ୍ ଘଟଣାକୁ ନେଇ ଅପରାଜିତା କ୍ଷୋଭ ପ୍ରକାଶ କରିବା ସହ ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ କିଭଳି ସମ୍ମାନ ଦିଆଯିବା ଉଚିତ ତାହା ରାଜ୍ୟ ସରକାରଙ୍କ ଶିଖିବାର ଆବଶ୍ୟକତା ଅଛି ବୋଲି କହିଥିଲେ। ଏଥିସହ କାହିଁକି ଏହି କାର୍ଯ୍ୟକ୍ରମରେ ତାଙ୍କୁ ଡକାଗଲା ନାହିଁ ବୋଲି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପ୍ରଶ୍ନ କରିଥିଲେ। ମୋର କଣ ଭୁଲ୍ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ।
ତେବେ ପୁଣି ଗୁରୁବାର ଅପରାଜିତା ଆଉ ଏକ ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କୁ ନିମନ୍ତ୍ରଣ କରା ନ ଯିବା ଘଟଣାର ତଦନ୍ତ ହେବ ବୋଲି ସେ ଆଶାବାଦୀ ଅଛନ୍ତି। ଭୁବନେଶ୍ୱରବାସୀ ଏନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଅପେକ୍ଷା କରିଛନ୍ତି । ଯଦି କିଛି ନ ହୁଏ ତାହେଲେ ସପ୍ତାହେ ଭିତରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଏହିକଥା ମନେ ପକାଇଦେବେ ବୋଲି ଟୁଇଟ୍ରେ ସେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, BREAKING NEWS
ପିଶାଚୀ ମା’ , ତିନି ବର୍ଷର ଶିଶୁକୁ ଗଳାକାଟି ନୃଶଂସ ଭାବେ ହତ୍ୟା କଲାରଣବୀର ଓ ଆଲିଆଙ୍କ ମେହନ୍ଦି ସେରିମନି ଫଟୋ ସେୟାର କଲେ କରିସ୍ମା କପୁରଟି୨୦ରେ ୧୦,୦୦୦ ରନ କଲେ ହିଟମ୍ୟାନକଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ , ବିଭିନ୍ନ ଉନ୍ନତିମୂଳକ କାମର କଲେ ସମୀକ୍ଷାଆନ୍ଧ୍ରର କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ୬ ମୃତବାଲୁକା କଳାରେ ଓଡ଼ିଆ ନବବର୍ଷର ଅଭିନନ୍ଦ ନଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀମେରୁ ଉତ୍ସବ ପାଳନ ବେଳେ ଉତ୍ତେଜନା: ଢେଲାପଥର ମାଡ଼ରେ ଜଣଙ୍କର ମୃତ୍ୟୁ[ଦେଖନ୍ତୁ ଭିଡିଓ] ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷକିନ୍ନର ବୋଲି ନବଜାତକୁ ଘରକୁ ନେଲେନି ପରିବାର ଲୋକ
ରାଜଧାନୀ ପ୍ରତିଷ୍ଠା ଦିବସକୁ କାହିଁକି ଡକାଗଲାନି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ ମାଗିଲେ ସାଂସଦ ଅପରାଜିତା ଷଡଙ୍ଗୀ
ଓଡିଶାଫିଚରଭୁବନେଶ୍ୱର
By ଓଡ଼ିଶା ସମ୍ବାଦ ବ୍ୟୁରୋ On Apr 13, 2022
Share
ଭୁବନେଶ୍ୱର : ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ଅପରାଜିତାଙ୍କୁ ନଡକାଯିବା ଘଟଣା ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅପରାଜିତା ଭୁବନେଶ୍ୱର ସାଂସଦ ହୋଇଥିବା ବେଳେ ତାଙ୍କୁ କାହିଁକି ଡକାଗଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି ସାଂସଦ ଅପରାଜିତା । ରାଜଧାନୀର ଲୋକପ୍ରତିନିଧି ଭାବରେ ନିମନ୍ତ୍ରଣ ପାଇବା ପାଇଁ ତାଙ୍କର ଅଧିକାରୀ ଅଛି ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ।
ଏହା କଣ ସଂସ୍କାର କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।ଏହି ଘଟଣାରେ ପଛରେ ଯେଉଁ ମାନଙ୍କ ହାତ ଅଛି ସେମାନଙ୍କୁ ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିଠି ମାଧ୍ୟମରେ ଦାବି କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏଥିରେ ସମସ୍ତ ମନ୍ତ୍ରୀ ଓ ବିଧାୟକ , ମେୟର ଓ ସଚ୍ଚିବ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଏଥରୁ ବାଦ୍ ପଡିଥିଲେ । ତାଙ୍କୁ କାହିଁକି ଡକାଗଲାନାହିଁ ବୋଲି ଟ୍ୱିଟ କିର ଜଣାଇଥିଲେ ଅପରାଜିତା ।ଏବେ ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି ।
