ମାଲକାନଗିରି ପୂର୍ବତନ ଏଏସଆଇଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

ମାଲକାନଗିରି : ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ | କିଛିଦିନ ତଳେ ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ପୂର୍ବତନ ଏଏସଆଇ ଜୟଦାସ ଖରା | ତେବେ ଏବେ ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି | ମାଲକାନଗିରି, କୋରାପୁଟ ଓ ସୁନାବେଡ଼ା ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ।

ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଛି। ମାଲକାନଗିରି ସମେତ ଜୟଦାସଙ୍କ ବାସଭବନ, ନବରଙ୍ଗପୁର ଓ କୋରାପୁଟରେ ଚଢ଼ାଉ ଚାଲିଛି। କିଛିଦିନ ତଳେ ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ଜୟଦାସ ଖରା।

ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତନପାଲି ପୋଲିସ ଫାଣ୍ଡି ଅଧିକାରୀ ଜୟଦାସ ଖରା ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କରେ ଥିଲେ। ସେ ମାଲକାନଗିରି ଜିଲ୍ଲାରୁ ଛତିଶଗଡକୁ ଗଞ୍ଜେଇ ଚାଲାଣ କରିବାରେ ମାଫିଆଙ୍କୁ ସହଯୋଗ କରୁଥିଲେ। ଏଥିପାଇଁ ସେ ଜେଲ୍ ଯାଇଥିଲେ। ତେବେ ଆଜି ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।

ଚଢ଼ାଉ ବେଳେ ତିନୋଟି କୋଠା ଓ ଗୋଟିଏ ଡୁପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ । ମାସକ ତଳେ ଗଞ୍ଜେଇ ଚୋରାଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ଜେଲ୍ ଯାଇଥିଲେ ଜୟଦାସ । ଜାମିନ୍ ପାଇବା ପରେ ପୋଲିସ୍ ହେଡ୍ କ୍ୱାର୍ଟସରେ ନିଲମ୍ବିତ ଭାବେ ରହୁଥିଲେ । ଜୟଦାସ ମାଥିଲି ଥାନା କର୍ତନ ପାଲି ବିଟ୍ ହାଉସରେ କାର୍ଯ୍ୟରତ ଥିଲେ ।

Related Posts