ବଢିଲା ଦୁଗ୍ଧଜାତ ସାମଗ୍ରୀର ଦର

କଟକ: ସାଧାରଣ ଖାଉଟିଙ୍କୁ ଝଟକା | ବଢିଲା ଦୁଗ୍ଧଜାତ ସାମଗ୍ରୀର ଦର । କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ ପକ୍ଷରୁ ଏନେଇ ବଡ ଘୋଷଣା କରାଯାଇଛି | ଏଥିସହ ନୂଆ ଦର ପ୍ରକାଶ ପାଇଛି । କଞ୍ଚା ଛେନା କେଜି ପ୍ରତି 10 ଟଙ୍କା ବୃଦ୍ଧି ପାଇ 175 ଟଙ୍କା ହୋଇଛି । ପନିର କେଜି ପ୍ରତି 15 ଟଙ୍କା ବୃଦ୍ଧି ପାଇ 225 ଟଙ୍କା ହେଲା । କଞ୍ଚାଖୁଆ କେଜି ପ୍ରତି 30 ଟଙ୍କା ବୃଦ୍ଧି ପାଇ 260 ଟଙ୍କା ହେଲା ।

ତେବେ ଏହି ନୂଆ ଦ୍ୱାରା ଆସନ୍ତା ମେ 1 ତାରିଖରୁ ଲାଗୁ ହେବ | କଟକ ଦୁଗ୍ଧଜାତ ବ୍ୟବସାୟୀ ସଂଘ ସମ୍ପାଦକ ପ୍ରଦୀପ ବେହେରା ଏନେଇ ସୂଚନା ଦେଇଛନ୍ତି | କଟକ ସହ କଟକରୁ ଯୋଗାଣ ହେଉଥିବା ନିକଟସ୍ଥ 5ଟି ଜିଲ୍ଲାରେ ଲାଗୁ ହେବ ବର୍ଦ୍ଧିତ ଦର ।

ସୂଚନାଯୋଗ୍ୟ, ଦେଶରେ ପ୍ରଥମେ ତେଲ ଦର ବଢିବା ପର ଠୁ ଲଗାତାର ଭାବେ ଅନ୍ୟ ସମସ୍ତ ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆ ହେବାରେ ଲାଗିଛି |

Related Posts