ଅହମ୍ମଦାବାଦ: ପୁଣି ଗୁଜୁରାଟ ଉପକୂଳରୁ ୯୦ କେଜିର ହେରରୋଇନ୍‌ ଜବତ | ଏକ ଯୁଗ୍ମ ଅପରେଶନ ଯୋଗେ ଗୁଜରାଟ ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼ (ଏଟିଏସ) ଏବଂ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍‌ସ୍‌’ (ଡିଆର୍‌ଆଇ) ପକ୍ଷରୁ ଚଢ଼ାଉ କରାଯାଇ ସଫଳତା ମିଳିଛି | ତେବେ ଜବତ ହୋଇଥିବା ହେରରୋଇନ୍‌ ର ଆନୁମାନିକ ମୂଲ୍ୟ ୪୫୦ କୋଟି ଟଙ୍କା ହେବ।

ଇରାନରୁ ଆମଦାନୀ ହୋଇଥିବା ଏହି ନିଷିଦ୍ଧ ଦ୍ରବ୍ୟକୁ ଗୁଜରାଟର ଆମରେଲି ଜିଲ୍ଲା ପିପାଭାବ ବନ୍ଦରରୁ ଶୁକ୍ରବାର ଜବତ କରାଯାଇଛି। ସରକାରୀ ଅଧିକାରୀମାନଙ୍କୁ ବିଭ୍ରାନ୍ତ କରିବା ଲାଗି ‘ଡ୍ରଗ୍‌ ସିଣ୍ଡିକେଟ୍‌’ ଉକ୍ତ ହେରୋଇନ୍‌କୁ ଗୋଟାଏ ଅଭିନବ ଉପାୟରେ ପଠାଇଥିଲେ।

ଏକ ପଣ୍ୟବାହୀ ଯହାଜ ଯୋଗେ ଗତ ୫ ମାସ ପୂର୍ବରୁ ଇରାନରୁ ଏହି ହେରୋଇନ୍ ରପ୍ତାନୀ ହୋଇଥିଲା। ଯାହା ଶୁକ୍ରବାର ଧରାପଡ଼ିଛି। ସେଥିରେ ୩୯୫ କିଲୋ ଓଜନର ୪ଟି ସନ୍ଦିଗ୍ଧ ବସ୍ତାକୁ ଫୋରେନ୍‌ସିକ୍‌ ପରୀକ୍ଷା କରାଯିବା ପରେ ହେରୋଇନ୍‌ ଥିବା ଜଣାପଡ଼ିଥିଲା। ଗତ କିଛି ଦିନ ପୂର୍ବେ ଗୁଜରାଟର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼ ଏବଂ ଭାରତୀୟ ତଟରକ୍ଷିବାହିନୀ ମିଳିତ ଉଦ୍ୟମରେ ରଢ଼ାଉ କରାଯାଇ ୨୮୦ କୋଟି ଟଙ୍କାର ହେରୋଇନ୍‌ ଜବତ କରାଯାଇ ଥିଲା।

ଏହି ନିଷିଦ୍ଧ ନିଶାଦ୍ରବ୍ୟ ପାକିସ୍ତାରନ ବୋଟରେ ଚାଲାଣ ହେଉଥିଲା। ପୂର୍ବରୁ ଗତ ବର୍ଷ ସେପ୍ଟେମ୍ୱର ମାସରେ ମୁନ୍ଦ୍ରା ପୋର୍ଟରୁ ୨୧ ହଜାର କୋଟି ଟଙ୍କାର ହେରୋଇନ ଜବତ କରାଯାଇଥିଲା। ସେହି ସମୟରେ ଏହି ମାମଲା ଦେଶର ବେଶ ଚର୍ଚ୍ଚିତ ହୋଇଥିଲା। ଟେକ୍ଲମ ପାଉଡର ନାଁରେ ଏହାକୁ ଆମଦାନୀ କରାଯାଇଥିଲା।