ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧକୁ ମଧ୍ୟରେ ଭାରତ ନିରପେକ୍ଷତା ଅବଲମ୍ବନ କରୁଥିବା ବେଳେ, ଅନେକ ଦେଶ ଭାରତ ଉପରେ ଚାପ ପକାଉଛନ୍ତି | କିନ୍ତୁ ଭାରତ ନିଜ ନିଷ୍ପତିରେ ଅଟଳ ରହି ଆସୁଛି | ତେବେ ଏହାରି ମଧ୍ୟରେ ୟୁକ୍ରେନ ସଙ୍କଟ ପ୍ରସଙ୍ଗରେ ଭାରତକୁ ଉପଦେଶ ଦେବାକୁ ଚେଷ୍ଟା କରିଛି ନେଦରଲ୍ୟାଣ୍ଡ୍ସର ରାଷ୍ଟ୍ରଦୂତ | ଯାହାକୁ ନେଇ ଭାରତ ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି |

ଜାତିସଂଘର ସାଧାରଣ ମହାସଭାରେ ୟୁକ୍ରେନ ଉପରେ ଚାଲିଥିବା ଭୋଟିଂରୁ ଭାରତ ନିଜକୁ ଦୂରେଇ ରଖିବାର ନଥିଲା ବୋଲି ବ୍ରିଟେନରେ ଅବସ୍ଥାପିତ ଡଚ୍‌ ରାଷ୍ଟ୍ରଦୂତ କହିଥିଲେ। ଏହାର ଦୃଢ଼ ଜବାବ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ସଦସ୍ୟ ଟିଏସ୍‌ ତିରୁମୂର୍ତ୍ତି ଦେଇଛନ୍ତି। ସେ କହିଛନ୍ତି, “ଦୟା କରି ଆମକୁ ଉପଦେଶ ଦିଅନ୍ତୁ ନାହିଁ। କ’ଣ କରିବାର ଅଛି ନୂଆଦିଲ୍ଲୀ ସେକଥା ଭଲ ଭାବେ ଜାଣିଛି।”

ଫେବୃଆରୀ ୨୪ରୁ ରୁଷ ସେନା ୟୁକ୍ରେନ ଉପରେ ହମଲା କରି ଚାଲିଛି। ଏହାକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର କଡ଼ା ଭାଷାରେ ନିନ୍ଦା କରିବା ସହ ରୁଷ ଉପରେ କଟକଣା ଲଗାଉଛନ୍ତି। ଜାତିସଂଘର ବିଭିନ୍ନ ମଞ୍ଚରେ ମଧ୍ୟ ରୁଷ ପଦକ୍ଷେପ ବିରୋଧରେ ନିନ୍ଦା ପ୍ରସ୍ତାବ ଆସୁଛି। ହେଲେ ଭାରତ ସବୁଥର ଏହି ପ୍ରସ୍ତାବ ଗୁଡ଼ିକ ଉପରେ ହେଉଥିବା ଭୋଟିଂରୁ ନିଜକୁ ଦୂରେଇ ରଖୁଛି।

ବୁଧବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ସଙ୍କଟକୁ ନେଇ ଆଲୋଚନା ହୋଇଥିଲା। ଏଥିରେ ଭାରତ ପକ୍ଷରୁ ଟିଏସ୍‌ ତିରୁମୂର୍ତ୍ତି ନିଜର ପକ୍ଷ ମଧ୍ୟ ରଖିଥିଲେ। ନିଜ ବିବୃତିକୁ ମଧ୍ୟ ସେ ଟ୍ୱିଟ କରିଥିଲେ। ଭାରତ ତୁରନ୍ତ ଯୁଦ୍ଧ ବିରତି ଚାହେଁ। ଦୁଇ ଦେଶ ଆଲୋଚନା ଦ୍ୱାରା ବିବାଦର ସମାଧାନ କରନ୍ତୁ ଆଦି ବିଷୟରେ ସେ ନିଜର ମତ ରଖିଥିଲେ।

ଏହାପରେ ବ୍ରିଟେନରେ ଅବସ୍ଥାପିତ ଡଚ୍‌ ରାଷ୍ଟ୍ରଦୂତ କାରେଲ ଭାନ ଉଷ୍ଟ୍ରୋରମ ଟ୍ୱିଟ କରି କହିଥିଲେ ଯେ “ଶ୍ରୀ ତିରୁମୂର୍ତ୍ତି, ଆପଣ ଜାତିସଂଘ ସାଧାରଣ ମହାସଭାର ଭୋଟ ଦାନରୁ ନିଜର ଦୂରେଇ ରଖିବାର ନଥିଲା।” ଏହାର ଜବାବରେ ତିରୁମୂର୍ତ୍ତି କହିଛନ୍ତି ଯେ “ଦୟା କରି ଆମଙ୍କୁ ଉପଦେଶ ଦିଅନ୍ତୁ ନାହିଁ ଆମ୍ବାସାଡାର। ଆମେ ଜାଣିଛୁ ଆମେ କ’ଣ କରିବୁ।