ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନିକିଆ କୋରାପୁଟ ଏବଂ ମାଲକାନଗିରି ଗସ୍ତରେ ଯିବେ ଡିଜିପି ସୁନୀଲ ବଂଶଲ । ଗୁରୁବାର ଦିନ ୧୦ଟାରେ ସୁନାବେଡା ହାଲ୍ ହେଲିପ୍ୟାଡରେ ଅବତରଣ କରିବେ ଡିଜିପି । ସୁନାବେଡାରେ ମାଓ ଦମନ, ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିବେ ।
କୋରାପୁଟ ଏସପି, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିବେ । କୋରାପୁଟ ପରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ଡିଜି । ମାଓ ଦମନ ନେଇ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିବେ । ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଗସ୍ତ କରୁଥିବା ଜଣାପଡିଛି ।





