ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କଂଗ୍ରେସ ନିଜର ସ୍ଥିତି ଦୃଢ଼ କରିବା ଲକ୍ଷ୍ୟରେ ରହିଛି । ଏନେଇ ଆସନ୍ତା ୯ ତାରିଖରୁ ପ୍ରତି ଜିଲ୍ଲାରେ ପିସିସି ସଭାପତି ୭୫ କିମି ପଦଯାତ୍ରା କରିବେ ବୋଲି ସୂଚନା ମିଳିଛି । ସେପଟେ ରାଜ୍ୟରେ କଂଗ୍ରେସର ସ୍ଥିତିକୁ ନେଇ କଂଗ୍ରେସ ବିଧାୟକ ତାରା ବାହାନିପତି ବଡ଼ ବୟାନ ଦେଇଛନ୍ତି । ତେବେ ପିସିସି ସଭାପତି ନ ମିଳିବାରୁ ତାରା ବାହିନୀ ପତିଙ୍କ ମନ ଦୁଃଖ ଅଛି କି ପ୍ରଶ୍ନରେ ତାରାଙ୍କ ଉତ୍ତର, ମୋର ତ ମନ ନାହିଁ ଦୁଃଖ କେମିତି ହେବ ।
ଲୋକମାନେ ଚାହିଁଲେ କଂଗ୍ରେସର ସ୍ଥିତି ପରିବର୍ତ୍ତନ ହେବ । ପେଟ କାଢି ପିସିସି ସଭାପତିଙ୍କ ପଛରେ ବୁଲିଲେ କଂଗ୍ରେସ ଆଗକୁ ବଢି ପାରିବନି । ପରିଶ୍ରମ କଲେ ହିଁ କଂଗ୍ରେସ ଆଗକୁ ବଢିବ । କାନ କଥା ଶୁଣିବିନି ବୋଲି ଶରତ ପଟ୍ଟନାୟକ ଯେଉଁ କଥା କହିଛନ୍ତି ମୁଁ ତାକୁ ସ୍ଵାଗତ କରୁଛି ବୋଲି ବିଧାୟକ ତାରା ବାହିନୀ ପତି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





