ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ: ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ | ଅସହ୍ୟ ଗରମ ସାଙ୍ଗକୁ ଗୁଲୁମୁଳିରେ ଛଟପଟ ରାଜ୍ୟବାସୀ | ଏହାରି ମଧ୍ୟରେ ମୌସୁମୀ ମଧ୍ୟ ଆସିବାରେ ବିଳମ୍ବ ହେବ । ପଶ୍ଚିମ ଓଡ଼ିଶା‌ର ତାତି ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଥିବା ବେଳେ ଉପକୂଳରେ ଦାଉ ସାଧୁଛି ଗୁଳୁଗୁଳି। ଆଜି ରାଜ୍ୟର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ପଶ୍ଚିମ ଓଡ଼ିଶାର ୯ ସହର ୪୩ ଡିଗ୍ରି ଅତିକ୍ରମ କରିଛି ।

୪୪.୮ ଡିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏହା ପଛକୁ ବଲାଙ୍ଗୀର ୪୪.୫ ଡିଗ୍ରୀ ଓ ଟିଟିଲାଗଡ଼ ୪୪.୪ ଡିଗ୍ରୀ । ସେହିଭଳି ଝାରସୁଗୁଡ଼ା ୪୩.୪ ଡିଗ୍ରୀ, ସମ୍ବଲପୁର ୪୩.୮ ଡିଗ୍ରୀ, ଭବାନୀପାଟଣା, ମାଲକାନଗିରି ଓ ହୀରାକୁଦ ୪୩.୫ ଡିଗ୍ରୀ, ବରଗଡ଼ ୪୩.୬ ଡିଗ୍ରୀ ଓ ମାଲକାନଗିରିର ତାପମାତ୍ରା ୪୩ଡିଗ୍ରି ଉପରେ ରହିଥିଲା ।

ଆସନ୍ତା ୨ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ। ପାଗ ସମ୍ପୂର୍ଣ୍ଣ ଖରାଟିଆ ଓ ଶୁଖିଲା ରହିବ। ୫ତାରିଖ ବେଳକୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡ଼‌ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଭଦ୍ରକ, ଯାଜପୁର ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ରହିଛି।

Related Posts