କାଶ୍ମୀର ସ୍ଥିତି: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଗୁରୁତ୍ୱପର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଦିନକୁ ଦିନ କାଶ୍ମୀରର ସ୍ଥିତି ବିଗିଡ଼ିବାକୁ ବସିଲାଣି | ଅସୁରକ୍ଷିତ ହୋଇପଡିଛନ୍ତି ହିନ୍ଦୁ ଓ କାଶ୍ମୀର ପଣ୍ଡିତ | ତାଙ୍କ ଉପରକୁ ଆକ୍ରମଣ ବଢିବାକୁ ଲାଗୁଛି | ତେବେ ଏହାରି ଭିତରେ ଆଜି ଏକ ବୈଠକ ବସିବାକୁ ଯାଉଛି । ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଏହି ବୈଠକ କରିବେ । ଏହି ସମୟରେ ଆତଙ୍କବାଦୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଇପାରନ୍ତି ।

ଆଜି ବସିବାକୁ ଥିବା ଏହି ବୈଠକ ପୂର୍ବରୁ ଗତକାଲି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ଅମିତ ଶାହଙ୍କୁ ଭେଟିଥିବା ସୂଚନା ରହିଛି । ଏହି ବୈଠକ ବେଳେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ରହିଥିଲେ । ଧାରା ୩୭୦ ହଟିବା ପରେ ଜମ୍ମୁକଶ୍ମୀରରେ ସ୍ଥିତି ଧୀରେ ଧୀରେ ସୁଧୁରି ଆସୁଥଲା । ହେଲେ ଏବେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ପୁଣି ଥରେ ସ୍ଥିତି ବିଗାଡ଼ିବାରେ ଲାଗିଛି । ବିଶେଷକରି କାଶ୍ମୀର ପଣ୍ଡିତମାନେ ଏବେ ବିପଦରେ । ଆତଙ୍କବାଦୀମାନେ ସେମାନଙ୍କୁ ବାଛି ବାଛି ହତ୍ୟା କରୁଛନ୍ତି । ଗୋଟିଏ ମାସ ମଧ୍ୟରେ ୮ ଜଣଙ୍କୁ ହତ୍ୟା କରିସାରିଲେଣି ଆତଙ୍କବାଦୀ ।

ଗୁରୁବାର କଶ୍ମୀରରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରାଯାଇଛି । ଏବେ କାଶ୍ମୀର ପଣ୍ଡିତମାନେ ଭୟଭୀତ ହୋଇ କାଶ୍ମୀର ଛାଡ଼ିବାକୁ ଯୋଜନା କରିଛନ୍ତି । ଏପରିକି ପ୍ରାୟ ୩ ହଜାର ଜମ୍ମୁ ଛାଡି ସାରିଲେଣି ।

Related Posts