ନୂଆ ବାଚସ୍ପତି ହେବେ ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ !

ଭୂବନେଶ୍ୱର: ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ହେବେ ବାଚସ୍ପତି । ଓଡିଶା ବିଧାନସଭାର ନୂଆ ବାଚସ୍ପତି ଭାବେ ତାଙ୍କୁ ମିଳିବ ନିଯୁକ୍ତି । ନବୀନଙ୍କ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ସାରିଥିବା ବିକ୍ରମ କେଶରୀ ଆରୁଖ ବାଚସ୍ପତି ହୋଇପାରନ୍ତି।

ନୀବନଙ୍କ ପଞ୍ଚମ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳରେ ବିକ୍ରମ ଆରୁଖ ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ପରିବେଷ ବିଭାଗର ମନ୍ତ୍ରୀ ଥିଲେ।

ଅନ୍ୟପଟେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ ହୋଇପାରନ୍ତି। ଏହାସହ ପଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିପାରେ। ସରୋଜ ମେହେରଙ୍କୁ ସରକାରୀ ଦଳ ଉପ ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇପାରେ ।

ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇନଥିବା ବେଳେ ଚର୍ଚ୍ଚା ଜୋର ଧରିଛି ।

Related Posts