ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରେ ଦିବ୍ୟଶଙ୍କର, ପ୍ରତାପ ଜେନା, ଅରୁଣ ସାହୁଙ୍କ ସମେତ ୧୨ ମନ୍ତ୍ରୀ ବାଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରେ ଦିବ୍ୟଶଙ୍କର, ପ୍ରତାପ ଜେନା, ଅରୁଣ ସାହୁଙ୍କ ସମେତ ୧୨ ମନ୍ତ୍ରୀ ବାଦ । ତେବେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ୨୧ ଜଣିଆ ମନ୍ତ୍ରୀଙ୍କ ତାଲିକା ସାମ୍ନାକୁ ଆସିଥିବା ବେଳେ ଅନେକ ହେଭିୱେଟ୍ ନେତାଙ୍କ ନାଁ କଟିଛି । ନୂଆ ଟିମରେ ପାୱାରଫୁଲ ନେତାଙ୍କୁ ବାଦ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାର୍ଣ୍ଡିର୍, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନଙ୍କ ଭଳି ନେତାଙ୍କୁ ବାଦ୍ ଦେଇଛନ୍ତି ନବୀନ । ସେପଟେ ବିଦାଦୀୟ ହୋଇପଡିଥିବା ନେତାଙ୍କୁ ବି ନୂଆ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଛନ୍ଦି ହୋଇଥିବା ନେତାଙ୍କୁ ନୂଆ ଟିମରେ ସାମିଲ ନକରି ସ୍ୱଚ୍ଛତାର ବାର୍ତ୍ତା ଦେବା ସହ ବିରୋଧୀଙ୍କ ଆଟାକରୁ ବର୍ତ୍ତିବାକୁ ସେଫ ଜୋନ ବାଛିଛନ୍ତି ନବୀନ ସରକାର । ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଢେର ବଦନାମ ମୁଣ୍ଡାଇଥିଲେ ସରକାର ।

ନୟାଗଡର ପରୀ ହତ୍ୟା ମାମଲାରେ ବି ବିରୋଧୀ ଢେର ହଲାପଟା କରିଥିଲେ । ଆଉ ସବୁ ପରେ କଳାହାଣ୍ଡି ମମିତା ମେହେର ମୃତ୍ୟୁ ପ୍ରସଙ୍ଗ ସରକାରଙ୍କ ଅକଲ ଗୁଡୁମ କରିଥିଲା । ବିବାଦ ଘେରକୁ ଆସିଥିଲେ ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର । ହେଲେ ନୂଆ ଟିମରୁ ସେମାନଙ୍କୁ ବାଦ ଦେଇଛନ୍ତି ନବୀନ ।ମନ୍ତ୍ରିମଣ୍ଡଳରୁ ବହୁ ହେଭିୱେଟ୍ ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇଛି। ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ରଙ୍କ ପରି ମନ୍ତ୍ରୀମାନେ ନୂଆ ତାଲିକାରେ ନାହାନ୍ତି। ମାହାଙ୍ଗା ଡବଲ୍ ମର୍ଡର୍, ପରୀ ହତ୍ୟାକାଣ୍ଡ, ମମିତା ମେହେର ପ୍ରସଙ୍ଗରେ ଏହି ମନ୍ତ୍ରୀମାନେ ବିବାଦୀୟ ହୋଇପଡ଼ିଥିଲେ। ସେହି ପ୍ରସଙ୍ଗଗୁଡ଼ିକୁ ନେଇ ସରକାରଙ୍କୁ ବାରମ୍ବାର ଆକ୍ରମଣ କରୁଥିଲେ ବିରୋଧୀ। ତେଣୁ ସେହି ମନ୍ତ୍ରୀମାନଙ୍କୁ ବିଦା କରି ନବୀନ ବିରୋଧୀଙ୍କ ସ୍ବର ଚପାଇଦେବାକୁ ଉଦ୍ୟମ କରିଛନ୍ତି।

Related Posts