ତାମିଲନାଡ଼ୁ: ତାମିଲନାଡ଼ୁର କୋଡାଲୁରୁ ନିକଟର ଗାଡିଲାଲ ଚେକ ଡ୍ୟାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ରବିବାର ୭ ଜଣ ଯୁବତୀଙ୍କ ସଲିଳ ସମାଧି ଘଟିଛି।
ଚେକଡ୍ୟାମରେ ଗାଧଉଥିବା ବେଳେ ଏହି ଅଘଟଣ ଘଟିଛି । ସମସ୍ତ ମୃତକମାନଙ୍କୁ ଉଦ୍ଧାର କରାଯାଇଛି। ରବିବାର ବହୁ ଲୋକେ ଏହି ଡ୍ୟାମରେ ମଜା ନେବାକୁ ଏକାଠି ହୋଇଥିଲେ। ସେମାନେ ଏହି ଜଳଭରା ଡ୍ୟାମରେ ପହଁରୁଥିଲେ। ପ୍ରଥମେ ୨ ଜଣ ଝିଅ ପହଁରୁ ପହଁରୁ ଗଭୀର ଜଳକୁ ଭାସିଯାଇଥିଲେ। ସେମାନେ ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରିଥିଲେ।
ସେମାନଙ୍କୁ ବଞ୍ଚାଇବାକୁ ଆଉ ୫ ଜଣ ଯୁବତୀ ଯାଇଥିଲେ। ହେଲେ ଦୁର୍ଭାଗ୍ୟବସତଃ ସମସ୍ତଙ୍କ ୭ ଜଣ ଗଭରୀର ଜଳରେ ବୁଡ଼ି ମୃତ୍ୟୁ ଘଟିଥିଲା । ମୃତକଙ୍କ ବୟସ ୧୨ରୁ ୧୯ ମଧ୍ୟରେ ହେବ। ମୃତ ଦେହ ଗୁଡ଼ିକୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ନିଆଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ତାମିଲନାଡ଼ୁ କୃଷିମନ୍ତ୍ରୀ ଘଟଣାର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ସେପଟେ ଗାଁ ରେ ଶୋକାକୁଳ ପରିବେଶ ଖେଳି ଯାଇଛି ।





