ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କଲା ନାବାଳକ: ଅଭିଯୁକ୍ତ ଗିରଫ

ଜୟପୁର: ଜୟପୁର ରେ ଲଜ୍ୟା । ଜଣେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ନାବାଳକ । ପରେ ତାକୁ ହତ୍ୟା କରିଛି । ଏହି ଘଟଣାରେ ପୁଲିସ ଜଣେ ଜମିଦାରି ପୁଅକୁ ଗିରଫ କରିଛି। ଅମୀର ଇଲାକାରୁ ସମ୍ପୃକ୍ତ ଅଭିଯୁକ୍ତକୁ ଜୟପୁର ପୁଲିସ ଗିରଫ କରିଛି। ଅଭିଯୁକ୍ତର ବୟସ 17 ବର୍ଷ ।

ନାବାଳିକାର ବାପା ପୁଲିସ ନିକଟରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଅଭିଯୁକ୍ତ ଜଣକ ହତ୍ୟା ପୂର୍ବରୁ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିଲେ ।

ଜୁନ ୪ ତାରିଖରେ ତାଙ୍କ ଝଅ ନିଖୋଜ ହେବା ପରେ ଶନିବାର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ନାବାଳିକା ନିଖୋଜ ହେବା ପରେ ପୁଲିସ ତାକୁ ଖୋଜିବା ଆରମ୍ଭ କରିଥିଲା। ତେବେ ଘର ଠାରୁ ଅନିତି ଦୂରରେ ନାବାଳିକାର ମୃତଦେହ ଏକ ଅପନ୍ତରା ଜାଗାରୁ ମିଳିଥିଲା। ତଦନ୍ତ ବେଳେ ସମ୍ପୃକ୍ତ ଜମିଦାରଙ୍କ ପୁଅ ମଧ୍ୟ ଗାଏବ ହୋଇଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ବୈଷୟିକ ଜ୍ଞାନ କୌଶଳର ସହାୟତା ନେଇ ସେହି ନାବାଳକର ଲୋକେସନକୁ ଠାବ କରିପାରିଥିଲା।

ପରେ ତାକୁ ପଚଉଚରା ପରେ ସେ ସବୁ କଥା ମାନିଥିଲା। ଅଭିଯୁକ୍ତ ନାବାଳିକାକୁ ହତ୍ୟା କରିଥିବା ସ୍ୱୀକାର କରିଛି। ଝିଅକୁ ଦୁଷ୍କର୍ମ କରିବା ନେଇ ତାଙ୍କ ବାପା ଆଶଙ୍କା କରିଥିଲେ । ତେବେ ନାବାଳିକା ଜଣକ ଯୌନ ଶୋଷର ଶିକାର ହୋଇଛି କି ନାହିଁ ତାହା ଜାଣିବା ପାଇଁ ପୁଲିସ ଡାକ୍ତରୀ ରିପୋର୍ଟକୁ ଅପେକ୍ଷା କରିଥିଲା।

ଏହି ଘଟଣାରେ ପୁଲିସ ଦଫା ୩୦୨, ୩୭୫ଏବଂ ପକ୍ସୋ ଆକ୍ଟର ମାମଲା ରୁଜୁ କରିଛି । ଅଧିକ ତଦନ୍ତ ଆରମ୍ଭ କରିଛି ।

Related Posts