ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିୟମିତ ହେବେ ଚୁକ୍ତିଭିତ୍ତିକ ଭାବେ ୬ ବର୍ଷ ପୂରଣ କରିଥିବା ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି।
ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ ଲେଖିଥିବା ଚିଠିରେ କହିଛନ୍ତି ଯେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇ ମେ’ ୩୧ ସୁଦ୍ଧା ଅନବରତ ଓ ସନ୍ତୁଷ୍ଟ ଭାବେ କାର୍ୟ୍ୟ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯିବ। ତେଣୁ ନିଯୁକ୍ତର ସମ୍ପୂର୍ଣ୍ଣ ତଥ୍ୟ ଯେତେଶୀଘ୍ର ସମ୍ଭବ ଦାଖଲ କର। ଏହା କେବଳ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ପ୍ରଜୁଜ୍ୟ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।





