ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଇନଷ୍ଟାଗ୍ରାମରେ ୨୦୦ ମିଲିୟନ ଫଲୋଅର୍ସ ହାସଲ କଲେ ବିରାଟ କୋହଲି । ଏହାଛଡା ପ୍ରଥମ ଭାରତୀୟ ଭାବେ ମଧ୍ୟ କୋହଲିଙ୍କର ଫଲୋଅର୍ସ ସଂଖ୍ୟା ୨୦୦ ମିଲିୟନରେ ପହଞ୍ଚିଛି । ଇନଷ୍ଟାଗ୍ରାମରେ କ୍ରିଷ୍ଟିଆନ ରୋନାଲଡୋ, ଲିଓନେଲ ମେସିଙ୍କ ପରେ କୋହଲି ତୃତୀୟ କ୍ରୀଡାବିତ୍ ଭାବେ ସର୍ବାଧିକ ଫଲୋଅର୍ସ ହାସଲ କରିଛନ୍ତି । ସେପଟେ ରୋନାଲ୍ଡୋଙ୍କୁ ଏବେ ୪୫ କୋଟି ୟୁଜର୍ସ ଫଲୋ କରୁଛନ୍ତି ।
ଲୋକପ୍ରିୟ ଫୁଟବଲ ଖେଳାଳୀ ମେସିଙ୍କୁ ୩୪ କୋଟି ଲୋକ ଫଲୋ କରୁଥିବା ବେଳେ ବ୍ରାଜିଲର ଫୁଟବଲ ଖେଳାଳୀ ନେମାର ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ନେମାରଙ୍କୁ ୧୭୫ ମିଲିୟନ ଲୋକ ଇନଷ୍ଟାଗ୍ରାମରେ ଫଲୋ କରୁଛନ୍ତି । କେବଳ ଇନଷ୍ଟାଗ୍ରାମ ନୁହେଁ ଫେସବୁକ ଓ ଟ୍ୱିଟରରେ ମଧ୍ୟ ବେଶ ଲୋକପ୍ରିୟ କୋହଲି । ଫେସବୁକରେ କୋହଲିଙ୍କୁ ୪.୯୨ କୋଟି ଲୋକ ପସନ୍ଦ କରୁଥିବା ବେଳେ ଟ୍ୱିଟରରେ ୪୮.୪ ମିଲିୟନ ଲୋକ ଫଲୋ କରୁଛନ୍ତି ।





