ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ସେ ବାଲାସାହେଦ୍ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ । ଔରଙ୍ଗାବାଦର ନାମ ସଂଭାଜି ନଗର ନାମରେ ନାମିତ କରିବେ। ତେବେ ଔରଙ୍ଗାବାଦରେ ଏକ ରାଲିକୁ ସମ୍ବୋଧିତ କରି ଉଦ୍ଧବ ଠାକରେ ଏପରି କହିଥିବାର ଦେଖିବାକୁ ମିଳିଛି । ହିନ୍ଦୁତ୍ୱ ଆମର ପ୍ରତ୍ୟେକ ନିଶ୍ୱାସରେ ଅଛି । ମିଥ୍ୟା କହିବା ଆମର ହିନ୍ଦୁତ୍ୱ ନୁହେଁ । ବାଲାସାହେବ ଠାକରେ ଆମକୁ ଯାହା ଶିଖାଇଛନ୍ତି ତାହା ନୁହେଁ ବରଂ ବାଲାସାହେବ ଠାକୁରେ ଯାହା ଘୋଷଣା କରିଛନ୍ତି ତାହାକୁ ଆମେ ଆଗ କରିବୁ ।

ସଭାଂଜି ନଗର ନାମରେ ନାମିତ କରି ମୁଁ ଏହି ପ୍ରତିଜ୍ଞା ପୂରଣ କରିବି ବୋଲି କହିଛନ୍ତି । ଏହା ସହ ଭାରତୀୟ ଜନତା ପାର୍ଟି ନାମ ବଦଳାଇବାକୁ ଦେଉନାହିଁ । ଆମେ ଔରଙ୍ଗାବାଦ ଏୟାରପୋର୍ଟର ନାମ ଛତ୍ରପତି ଶିବାଜୀ ମହାରାଜଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲୁ । ଏଥିପାଇଁ ଦେଢ଼ ବର୍ଷ ପୂର୍ବରୁ ରାଜ୍ୟର ବିଧାୟିକାରେ ରେଜୋଲ୍ୟୁଶନ ପାସ ବି ହୋଇଥିଲା । ଏନେଇ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ।