ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇ ପାରିବେନି ନାବାବ ମଲିକ ଓ ଅନୀଲ ଦେଶମୁଖ । ଏନେଇ ସେମାନେ କୋର୍ଟରେ ଆବେଦନ କରିଥିଲେ ବି ମୁମ୍ବାଇ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଚାନ୍ଦା ଆଦାୟ କରିବା ଅଭିଯୋଗରେ ଜେଲ୍ରେ ବନ୍ଦୀ ଥିବା ବେଳେ ନୱାବଙ୍କୁ ଆର୍ଥିକ ହେର୍ଫେର୍ ଅଭିଯୋଗରେ ଇଡି ଗିରଫ କରିଛି। ଏହି ଦୁଇନେତା ବିଧାୟକ ହୋଇଥିବାରୁ ତାଙ୍କର ଭୋଟ ଦେବାରେ ସମ୍ପୂର୍ଣ୍ଣ ଅଧିକାର ରହିଛି। ତେଣୁ ସେମାନଙ୍କୁ ଭୋଟ୍ ଦେବାକୁ ଅନୁମତି ଦିଆଯାଉ ବୋଲି ମୁମ୍ବାଇ କୋର୍ଟରେ ଆବେଦନ କରିଥିଲେ। ମଲ୍ଲୀକ କହିଥିଲେ ଯଦି ଅଭିଯୁକ୍ତକୁ ବୋଟ୍ ଦେବାର ଅଧିକାର ରହିଛି, ତେବେ ଆମର ବି ରହିବା ଦରକାର।

କୋର୍ଟ ତାଙ୍କ ବିବେକ ଦୃଷ୍ଟିରୁ ଆମକୁ ଭୋଟ୍ ଦେବା ଉଚିତ୍ ବୋଲି ନୱାବ ମଲ୍ଲୀକ କହିଥିଲେ। ହେଲେ ମୁମ୍ବାଇ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ବୁଧବାର ଉଭୟ ପକ୍ଷ ଜାମିନ ଅବେଦନର ପକ୍ଷ ଏବଂ ବପକ୍ଷରେ ଯୁକ୍ତି ରଖିଥିଲେ। ପରେ କୋର୍ଟ ଗୁରୁବାର ଯାଏଁ ନିଜ ରାୟକୁ ସଂରକ୍ଷିତ ରଖିଥିଲେ। ସ୍ୱତନ୍ତ୍ର ଅଦାଲତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜ ପକ୍ଷ ରଖି କହିଥିଲା ଯେ, ଦେଶମୁଖଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମନୀ ଲଣ୍ଡ୍ରିଂ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ। ନଭେମ୍ୱରରେ ଗିରଫ ହେବା ପରେ ସେ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି।