ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୈଗମ୍ବର ମହମ୍ମଦଙ୍କୁ ନେଇ ସାରା ଦେଶରେ ବିବାଦ ଲାଗିରହିଛି । ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ବାର୍ତ୍ତା ପ୍ରସାରଣ କରିଥିବାରୁ ‘ଏଆଇଏମ୍ଆଇଏମ୍’ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସୀଙ୍କ ନାମରେ ଦିଲ୍ଲୀ ପୁଲିସ ‘ଏଫ୍ଆଇଆର୍’ ପଞ୍ଜିକରଣ କରିଛି। କେବଳ ସେ ନୁହନ୍ତି ସ୍ବାମୀ ନରସିଂହାନନ୍ଦ, ନୂପୁର ଶର୍ମା, ନବୀନ ଜିନ୍ଦଲ୍ ଏବଂ ସାମ୍ବାଦିକ ସବା ନକ୍ବି ଏବଂ ଆଉ କେତେଜଣ ବ୍ୟକ୍ତିଙ୍କ ନାମରେ ଦିଲ୍ଲୀ ପୁଲିସ ‘ଏଫ୍ଆଇଆର୍’ ପଞ୍ଜିକରଣ କରିଛି।

ସେପଟେ ‘ଏଫ୍ଆଇଆର୍’ ପଞ୍ଜିକରଣ ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଓୱେସୀ। ନିଜ ଟ୍ବିଟର ଆକାଉଣ୍ଟରେ ସେ ଲେଖିଛନ୍ତି ଯେ, ମୁଁ ‘ଏଫ୍ଆଇଆର୍’ର ଏକ ଅଂଶ ପାଇଛି। ଏହା ହେଉଛି ପ୍ରଥମ ‘ଏଫ୍ଆଇଆର୍’ ଯାହା ମୁଁ ଦେଖିଛି। ହେଲେ ‘ଏଫ୍ଆଇଆର୍’ଟି ଅପରାଧ କ’ଣ, ତାହା ବ୍ୟାଖ୍ୟା କରୁନାହିଁ। ମୁଁ ଏହାକୁ ନେଇ ଭୟଭୀତ ହେବି ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।