ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ପରଲୋକ । ଦୀର୍ଘଦିନର ଅସୁସ୍ଥତା ପରେ ଶୁକ୍ରାବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ମୁସାରଫ ୨୦୦୧ ରୁ ୨୦୦୮ ମସିହା ପର୍ୟ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଭାବେ ଦାୟୀତ୍ୱ ତୁଲାଇଥିଲେ । ଏହା ପୂର୍ବରୁ ସେ ପାକିସ୍ତାନ ସେନାର ମୁଖ୍ୟ ପଦବୀରେ ଅବସ୍ଥାପିତ ଥିଲେ ।
ସେପଟେ କାରଗିଲ ଯୁଦ୍ଧ ପାଇଁ ଭାରତ ପରଭେଜ ମୁସାରଫଙ୍କୁ ସିଧା ସଳଖ ଦାୟୀ କରିଥିଲେ । ହେଲେ ରାଷ୍ଟ୍ରପତି ପଦ ଛାଡିବା ପରେ ସେ ୨୦୧୬ ରୁ ଦୁବାଇରେ ରହିଆସୁଥିଲେ । ମିଳିଥିବା ସୂଚନା ମୁତାବକ କର୍କଟ ଓ ହୃଦରୋଗ କାରଣରୁ ତାଙ୍କ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଂକଟାପଣ୍ଡ ହେବାରୁ ତାଙ୍କୁ ଦୁବାଇର ଏକ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା





