ଟି-୨୦ ମ୍ୟାଚ ପାଇଁ ବାରବାଟୀରେ ମୁତୟନ ହେବେ ୬୨ ପ୍ଲାଟୁନ୍ ପୁଲିସ: କମିସନରେଟ ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟି-୨୦ ମ୍ୟାଚ ପାଇଁ ବାରବାଟୀରେ ମୁତୟନ ହେବେ ୬୨ ପ୍ଲାଟୁନ୍ ପୁଲିସ: କମିସନରେଟ ପୁଲିସ । ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ଯାଞ୍ଚ ପରେ ପୁଲିସ କମିସନର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମ୍ୟାଚର ସୁରକ୍ଷା ପାଇଁ ୪ ଡିସିପି, ୭ ଅତିରିକ୍ତ ଡିସିପି, ୨ ଶହ ଅଫିସର ଦାୟିତ୍ୱରେ ରହିବେ। ସ୍ପେଶାଲ ଟାକ୍ଟିକାଲ ଟିମ୍ ସହ ୪ କୁଇକ୍ ଆକ୍ସନ ଟିମ୍ ମଧ୍ୟ ମୁତୟନ ହେବେ। ଦର୍ଶକମାନଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି କମିସନରଟେ ପୁଲିସ ପକ୍ଷରୁ କୁହାଯାଇଛି।

ଦର୍ଶକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବାରବାଟୀ ଟି-୨୦ ପାଇଁ ସ୍ୱତନ୍ତ୍ର ‘ମୋ ବସ୍ ସେବା’ ରହିବ। ଏହି ବସ୍ ସେବା ଭୁବନେଶ୍ୱରରୁ ବାରବାଟୀକୁ ୨ଟି ରୁଟ୍ ଦେଇ ଚାଲିବ।। ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ଼ ଦେଇ ମୋ ବସ୍ ବାରବାଟୀରେ ପହଞ୍ଚି। ସେହିଭଳି ଅନ୍ୟ ରୁଟ ହେଲା ବରମୁଣ୍ଡା ବସଷ୍ଟାଣ୍ଡରୁ ଭାୟା ପଟିଆ ଦେଇ ବାରବାଟୀ। ଯାତ୍ରୀମାନଙ୍କ ପାଇଁ ବସ୍ ଭଡ଼ା ୪୦ ଟଙ୍କା ରଖାଯାଇଥିବା କ୍ରୁଟ୍ ପକ୍ଷରୁ କୁହାଯାଇଛି।

Related Posts