ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ଆନ୍ଧ୍ର ପ୍ରତ୍ୟେକ ଥର ନୂଆ ନୂଆ ଚାଲ କରି କୋଟିଆରେ ଅନୁପ୍ରବେଶ କରିବାରେ ଲାଗିଛି । ତେବେ ଏଥର ଅନୁପ୍ରବେଶ କରି ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ଖଣି ମାଟି ସର୍ଭେ ଚିହ୍ନଟ କରାଯାଉଥିବା ସୂଚନା ମିଳିଛି । କୋଟିଆ ପଞ୍ଚାୟତର ଗାଲିଗବଦର ନିକଟରେ ଆନ୍ଧ୍ରର ମୃତ୍ତିକା ସଂରକ୍ଷଣ କରୁଥିବା କିଛି ଅଧିକାରୀଙ୍କୁ ଦେଖିବାକୁ ମିଳିଛି ।

ସେପଟେ ଏହାକୁ ନେଇ ପୁଣି ଥରେ ଆନ୍ଧ୍ର କିଛି ବଡ଼ ଷଡ଼ଯନ୍ତ୍ର ରଚୁଥିବା ନେଇ ସନ୍ଦେହ କରାଯାଉଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନର ବାରମ୍ବାର ବାରଣ ସତ୍ତ୍ୱେ କୋଟିଆରେ ଆନ୍ଧ୍ର ଅନୁପ୍ରବେଶ କରିବାରେ ଲାଗିଛି । ଏନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସତ୍ତ୍ୱେ ମଧ୍ୟ ଏପରି ବାରମ୍ବାର ହେଉଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ଦେଖିବାର ବିଷୟ ରାଜ୍ୟ ସରକାର ଏ ଦିଗରେ କେବେ ସୁଦଅଢ଼ ପଦକ୍ଷେପ ନେଉଛନ୍ତି ।